www.samajalive.in
Sunday, December 7, 2025
23.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତା ଧୂଳିମୟ, ଅଣନିଃଶ୍ୱାସୀ ପଥଚାରୀ

ଗୁରୁଡ଼ିଝାଟିଆ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ନୂଆପାଟଣାଠାରୁ କଖଡି ଦେଇ ଆଠଗଡ଼ ଦେଇ ଏହି କାର୍ଯ୍ୟ ଚାଲୁରହିଛି। ଠିକାଦାର ସଠିକ୍‌‌ ଢଙ୍ଗରେ ପାଣି ସିଞ୍ଚନ କରୁନଥିବାରୁ ଦହିସରାଠାରୁ ହରିପୁର ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଧୂଳି ଉଡ଼ିବା ଫଳରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ପଥଚାରୀ ଓ ଗାଡ଼ି ଚାଳକ। ଧୂଳିର ପରିମାଣ ଏତେ ଅଧିକ ଯେ ଆଗରେ ଆସୁଥିବା ଲୋକ ମଧ୍ୟ ଦେଖାଯାଉନାହାନ୍ତି। ଦୁର୍ଘଟଣାର ଶିକାର ହେବା ସହ ଶ୍ୱାସରୋଗରେ ଲୋକ ଆକ୍ରାନ୍ତ ହେବା ଜଳଜଳ ହୋଇ ଦେଖାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ କଥା ନ କହିଲେ ଭଲ। ସେମାନଙ୍କ ଖାଇବା ବାସନ, ଛାତଉପର ଓ ଶାଗ ପନିପରିବା ଫସଲରେ ମଧ୍ୟ ଧୂଳି ମୋଟା ଆକାରର ଆସ୍ତରଣ ପକାଇଦେଉଛି। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଥିଲେ ମଧ୍ୟ ରାସ୍ତା ଓ କୋଠାବାଡି ବିଭାଗ ଯନ୍ତ୍ରୀଙ୍କ ନିଦ୍ରା ନ ଭାଙ୍ଗିବା ପଛରେ କାରଣ କଣ ବୋଲି ଠିକାଦାରଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ପଥଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories