www.samajalive.in
Saturday, December 13, 2025
26.1 C
Bhubaneswar

ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..

ସୁସ୍ଥ ଶରୀର ପାଇଁ ପେଟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ। କାରଣ ପେଟ ସହ ଜଡିତ ସମସ୍ୟା ଲାଗି ରହିଲେ ବଡ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପେଟର ସମସ୍ୟା ମଧ୍ୟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍, ବଦହଜମି ଆଦିର ସାମ୍ନା କରିବାକୁ ପଡିଥାଏ। ପେଟରେ ଏକ ପ୍ରକାର ଶବ୍ଦ ହୋଇଥାଏ। ଅନେକ ସମୟରେ ଲୋକେ ଏହାକୁ ସାଧାରଣ ଭାବି ଅଣଦେଖା କରି ଥାଆନ୍ତି। ମାତ୍ର ପେଟ ଗୁଡଗୁଡ୍ ହେବା ଗମ୍ଭୀର ରୋଗର ସଙ୍କେତ ଦେଇଥାଏ। ଜାଣନ୍ତୁ..

ଏସି ସହ ଏହି ଭୁଲ୍ କରୁଥିଲେ ; ଦେବାକୁ ପଡିଥାଏ ମୋଟା ଅଙ୍କର ବିଜୁଳି ବିଲ୍..

- Advertisement -

ପେଟ ଗୁଡଗୁଡ୍ ହେବାର ଅର୍ଥ ଯେତେବେଳେ ଖାଦ୍ୟ ପେଟ ଭିତରେ ହଜମ ହେବା ପ୍ରକ୍ରିୟା ହେଉଥାଏ ପେଟ ଓ ଅନ୍ତନଳୀ ମଧ୍ୟରେ ଏଭଳି ଶବ୍ଦ ହୋଇଥାଏ। ଦିନକୁ ଥରେ ଦୁଇ ଥର ଏଭଳି ଶବ୍ଦ ହେବା ଦ୍ୱାରା ଚିନ୍ତାର ବିଷୟ ନୁହେଁ। ମାତ୍ର ବାରମ୍ବାର ଏପରି ହେବା ପେଟରୁ ଏପରି ଶବ୍ଦ ଆସିବା,ଏହା କିଛି ରୋଗ ହେବାର ସଙ୍କେତ ହୋଇଥାଏ।

ବିଶେଷଜ୍ଞଙ୍କ ମତାନୁସାରେ ସାଧାରଣତଃ ଭୋକ ଲାଗିବା କାରଣରୁ ଅନେକ ସମୟରେ ପେଟରୁ ଏଭଳି ଶବ୍ଦ ଆସିଥାଏ। ମାତ୍ର ଏପରି ବାରମ୍ବାର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏହା ଖାଦ୍ୟ ହଜମ ସହ ଜଡିତ ସମସ୍ୟା ସହ ଗମ୍ଭୀର ରୋଗର ସଙ୍କେତ ଦେଇଥାଏ। ତେଣୁ ଏଥିରେ ଅବହେଳା କରନ୍ତୁ ନାହିଁ।

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

ଏହାସହ ପେଟରୁ ଏଭଳି ଶବ୍ଦ ଆସୁଥିଲେ, ଏହାକୁ ବନ୍ଦ କରିବା ପାଇଁ ପାଣି ପିଅନ୍ତୁ। ଭରପୁର ମାତ୍ରାରେ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହି ଶବ୍ଦ କମ୍ ହୋଇନଥାଏ। ଅଧିକ ସମୟ ବ୍ୟବଧାନ ବଦଳରେ କମ୍ ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ। ହର୍ବାଲ୍ ଚା’ର ସେବନ କରନ୍ତୁ। ଏହା ଲାଭଦାୟକ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories