www.samajalive.in
Saturday, December 6, 2025
26.1 C
Bhubaneswar

ବଡ ଖବର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇରାନର ରାଷ୍ଟ୍ରପତି ଇବ୍ରାହିମ୍‌‌ ରୈସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ହୋସେନ ଆମିରୋବଦୋହ୍ଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମରୁ ଜଣାପଡିଛି। ରବିବାର ଦିନ ନିଖୋଜ ଥିବା ହେଲିକପ୍ଟରକୁ ଠାବ କରିଛି ଇରାନ ସେନା। ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ହେଲିକପ୍ଟରର କିଛି ଭଗ୍ନାବିଶେଷ ମିଳିଥିବା ଗଣମାଧ୍ୟମରେ ଦାବି କରାଯାଇଛି।
ସୂଚନା ଅନୁସାରେ ରବିବାର ଦିନ ଅପରାହ୍ନ ୩ଟାରେ ଇବ୍ରାହିମ୍‌‌ ରୈସିଙ୍କ ହେଲିକପ୍ଟର ରାଜଧାନୀ ତେହରାନଠାରୁ ୬୦୦କି.ମି ଦୂର ଜୋଲଫାଠାରେ ଏକ ନଦୀବନ୍ଧ ଉଦଘାଟନ କରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟର କିମ୍ବା ରାଷ୍ଟ୍ରପତି ଓ ଅନ୍ୟ ଅଧିକାରୀଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନଥିଲା। ଏହି ସମୟରେ ହେଲିକପ୍ଟରରେ ରାଷ୍ଟ୍ରପତି ରଇସି, ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ।

 

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories