www.samajalive.in
Sunday, December 14, 2025
26.1 C
Bhubaneswar

ବିପୁଳ ପରିମାଣର ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ୧୮ତାରିଖ ଠାରୁ ମଦ ଦୋକାନ ଗୁଡିକୁ ସିଲ କରାଯାଇଛି। ମାତ୍ର ଏହା ପରେ ବି ଅନେକ ସ୍ଥାନରେ ବେଆଇନ ମଦ କରବାର ହେଉଥିବା ନଜର ଆସିଛି। ଆଜି ଅବକାରୀ ବିଭାଗ ପୁରୁଣାକଟକ ଥାନା ଅନ୍ତର୍ଗତ ବଦଲା ନିକଟସ୍ଥ ଗଣେଶ ଢାବାରେ ଚଢ଼ାଉ କରି ୫୪.୬ ଲିଟର ପରିମାଣର ମଦ ଜବତ କରିଛି । ଏହି ଘଟଣାରେ ଫୁଲବାଣୀ ଥାନା ଅମଲାପଡାର ଏସ କାର୍ତ୍ତିକ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ବାମଣ୍ଡା ଗାଁ ରାସ୍ତାରେ ଚଢ଼ାଉ କରି ୨୦.୮ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଆଠମଲିକ ଥାନା ପୁରୁଣାମାଣିତ୍ରି ର ରଞ୍ଜିତ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories