www.samajalive.in
Sunday, December 14, 2025
19.1 C
Bhubaneswar

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌‌ ଶୋ’, ଜନସମୁଦ୍ର ପାଲଟିଲା ବଡ଼ଦାଣ୍ଡ

ପୁରୀ: ଆସନ୍ତା ୨୫ ତାରିଖରେ ପୁରୀ ସମେତ ୬ଟି ଲୋକସଭା ଆସନରେ ୩ୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ସୋମବାର ସକାଳେ ପୁରୀରେ ରୋଡ୍‌‌ ଶୋ’ କରିଛନ୍ତି। ମରିଚୀକୋଟ ଛକରୁ ରୋଡ୍‌‌ ଶୋ’ରେ ପ୍ରଧାନମନ୍ତ୍ରୀ ବାହାରିଥିଲେ। ଏଥିରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଥିଲା। ପ୍ରଧାମନ୍ତ୍ରୀ ଏକ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜନସାଧାରଣଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ଦୁଇପାର୍ଶ୍ବରେ ହଜାର ହଜାର ଲୋକ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ରୋଡ୍‌‌ ଶୋ ମରିଚୀକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା।

ରୋଡ୍‌‌ ଶୋ’ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ଏହା ସହିତ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସାମିଲ ହୋଇଥିଲା। ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହା ସହିତ ଅନ୍ୟ ରାସ୍ତାଗୁଡ଼ିକରେ ଯେପରି ଟ୍ରାଫିକ ସମସ୍ୟା ନ ହୁଏ ସେଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଗସ୍ତରେ ଆସି ଗତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋଦୀ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଗୁରୁମନ୍ତ୍ର ଦେଇଥିଲେ। ଭୋଟ ସମୟରେ ବୁଥଗୁଡ଼ିକୁ ଜଗିବା ସହିତ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଦଳୀୟ ନେତା ଏବଂ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜଭବନରେ ରାତ୍ରିଯାପନ କରିବା ପରେ ସକାଳୁ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହା ପରେ ରୋଡ୍‌‌ ଶୋ’ କରିଥିଲେ। ରୋଡ୍‌‌ ଶୋ’ ସରିବା ପରେ ମୋଦୀ ଅନୁଗୋଳ ଯାଇ ଦଳୀୟ ସଭାରେ ଯୋଗଦେବେ। ସେଠାରୁ ପୁଣି କଟକ ଫେରି କିଲ୍ଲା ପଡ଼ିଆରେ ଆୟୋଜିତ ହେବାକୁ ଥିବା ଜନସଭାରେ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories