www.samajalive.in
Saturday, December 6, 2025
14.1 C
Bhubaneswar

ଏଇଟା ପାକିସ୍ତାନ ହୋଇଥିଲେ… ମହିଳା ଯାତ୍ରୀଙ୍କୁ ଏମିତି କିଛି କହିଲେ ଉବର ଡ୍ରାଇଭର ଯାହା ଏବେ ହେଉଛି ଭାଇରାଲ, ଦେଖନ୍ତୁ ଭିଡିଓ

ଡେସ୍କ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଉବର ଡ୍ରାଇଭର ପଛ ସିଟରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହେଉଥିବା ନଜର ଆସୁଛି। ଏହି ଭିଡିଓରେ ଡ୍ରାଇଭର ଜଣକ ମଜାଳିଆ ଢଙ୍ଗରେ ଯାହା କିଛି କହୁଛନ୍ତି, ତାହା ଶୁଣିଲେ ଯେକୌଣସି ଯାତ୍ରୀ ଭୟଭୀତ ହୋଇଯିବେ ନିଶ୍ଚୟ। ତେବେ ଡ୍ରାଇଭରଙ୍କ ଏପରି କଥା ପାକିସ୍ତାନର ବାସ୍ତବ ଚିତ୍ର ଏବଂ ସେଠାରେ ମହିଳାଙ୍କ ସ୍ଥିତି କ’ଣ ତାହା ସ୍ପଷ୍ଟ ଭାବେ ସୂଚାଉଛି।

- Advertisement -

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରାଯାଇଥିବା ଏହି ଭିଡିଓକୁ ସମ୍ପୃକ୍ତ ମହିଳା ଯାତ୍ରୀ ହିଁ ରେକର୍ଡ କରିଛନ୍ତି। ଡ୍ରାଇଭର ତାଙ୍କ ସହ କଥା ହେବା ସମୟରେ ମହିଳା ତାହାକୁ ରେକର୍ଡ କରିନେଇଥିଲେ। ଡ୍ରାଇଭର ଜଣକ ମହିଳାଙ୍କୁ କହୁଛନ୍ତି ଯଦି ଏହା ପାକିସ୍ତାନ ହୋଇଥାନ୍ତା, ତେବେ ମୁଁ ଆପଣଙ୍କୁ ଅପହରଣ କରିନେଇଥାଆନ୍ତି। ଏହି ଘଟଣାଟି କାନାଡାର। ଡ୍ରାଇଭର ଏପରି କଥା ପାକିସ୍ତାନର ଚିତ୍ରକୁ ସ୍ପଷ୍ଟ ଭାବେ ଦେଖାଉଛି। ପାକିସ୍ତାନରେ କିପରି ସଂଖ୍ୟାଲଘୁ ମହିଳାଙ୍କୁ ଅପହରଣ କରାଯାଇ ବଳପୂର୍ବକ ବିବାହ କରାଯାଏ ତାହା ଡ୍ରାଇଭରଙ୍କ କଥାରୁ ସହଜରେ ବୁଝାଯାଇପାରେ।

ତେବେ ଡ୍ରାଇଭର ଜଣକ ଏହାକୁ ମଜାଳିଆ ଢଙ୍ଗରେ କହିଛନ୍ତି ଏବଂ ସେ ଯାତ୍ରୀଙ୍କୁ ଧମକାଇ ନାହାନ୍ତି। ଥଟ୍ଟାମଜାରେ ସେ ପାକିସ୍ତାନରେ ମହିଳାଙ୍କ ସ୍ଥିତି ଏବଂ ସେଠାକାର ଆଇନ ବ୍ୟବସ୍ଥା ବିଷୟରେ ବୁଝାଇ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories