www.samajalive.in
Saturday, December 6, 2025
19.1 C
Bhubaneswar

ଶନିଦଶା ଭୋଗୁଛନ୍ତି କି ତେବେ ବୁଝିଯାନ୍ତୁ , ଆଗକୁ ଆସୁଛି ଭଲ ସମୟ…..

ନୂଆଦିଲ୍ଲୀ: ଶନିଦେବଙ୍କ ବିଷୟରେ ଅନେକ ଲୋକଙ୍କର ବହୁ ନକରାତ୍ମକ ଧାରଣା ରହିଥାଏ। କାରଣ ଅଶୁଭ କର୍ମ ପାଇଁ ଶନିଦେବ ଦଣ୍ଡ ଦେବାରେ କେବେ ହେଲେ ବିଳମ୍ବ କରନ୍ତି ନାହିଁ। ତେଣୁ ଶନିଦେବଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ  ସଂଚାରିତ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବ୍ୟବସାୟରେ କ୍ଷତି ସହେ କିମ୍ବା କୌଣସି କାର୍ଯ୍ୟରେ ବାରମ୍ବାର ବିଫଳ ହୁଏ , ତେବେ ଶନିଙ୍କ କୁଦୃଷ୍ଟି ପଡିଥିବା କଥା କୁହାଯାଏ। ଶନି ଜଣେ ଜଜ୍ ପରି ପ୍ରତ୍ୟେକ ବ୍ୟକ୍ତିର ସୁକର୍ମ ଏବଂ କୁକର୍ମର ହିସାବ କରନ୍ତି। ଶନିଦେବ ସର୍ବଦା ଜଣେ ବ୍ୟକ୍ତିକୁ ପାପ, ପୁଣ୍ୟର ହିସାବ ଜଣାଇଥାନ୍ତି। ଜଣେ କୁମ୍ଭାର ଯେଉଁଭଳି ଭାବେ ମାଟିକୁ ପରଖିଥାଏ, ସେହିଭଳି ଭାବେ ଶନିଦେବ ବ୍ୟକ୍ତିକୁ ତାର କଲା କର୍ମର ଫଳ ଦେଇ ଚେତାଇ ଦେଇଥାନ୍ତି। ମନୁଷ୍ୟ ଯେତେବେଳେ ଭୁଲ କରେ , ସେତେବେଳେ ଭାବେ କେହି ତାର ଭୁଲକୁ ଦେଖୁନାହାନ୍ତି , କିନ୍ତୁ ଶନିଦେବଙ୍କ ଦୃଷ୍ଟିରୁ ସେ କେବେ ହେଲେ ବର୍ତ୍ତିପାରେ ନାହିଁ। ଶନିଦେବ ଏପରି ବ୍ୟକ୍ତିଙ୍କୁ ସାଢେ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦେଇ ଭଲ ଫଳ ପ୍ରଦାନ କରିଥାନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories