www.samajalive.in
Friday, December 5, 2025
17.1 C
Bhubaneswar

ଦୁଃଶ୍ଚିନ୍ତାରୁ ଦୂରେଇ ରହିବା ପାଇଁ ଯାଆନ୍ତୁ ସଂଗ୍ରହାଳୟ

ସିନେମା, ଥିଏଟର କିମ୍ବା ସଂଗ୍ରହାଳୟ ଯାଉଥିବାକୁ ନିୟମିତ ରୂପେ ଯାଉଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଦୁଃଶ୍ଚିନ୍ତା ଠାରୁ ସର୍ବଦା ଦୂରେଇ ରହିଥାଆନ୍ତି। ଏକ ଅଧ୍ୟୟନରୁ ଏହି ବିଷୟରେ ଜଣାପଡିଛି।
ଏହା ପ୍ରମାଣ କରିବା ପାଇଁ ଏକ ଅଧ୍ୟୟନରେ ୫୦ ରୁ ଅଧିକ ବୟସ୍କ ୨୪୮ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଥିଲା ଯେ, ଯେଉଁ ବ୍ୟକ୍ତିମାନେ ପ୍ରତି ଦୁଇ-ତିନି ମାସରେ ସିନେମା, ନାଟକ, ପ୍ରଦର୍ଶନୀ ଇତ୍ୟାଦି ଦେଖି ଥାଆନ୍ତି, ସେମାନେ ଦୁଃଶ୍ଚିନ୍ତା ଠାରୁ ଅଧିକ ଦୂରେଇ ରହିଥାଆନ୍ତି। ସେମାନଙ୍କ ଠାରୁ ଅତ୍ୟଧିକ ଚିନ୍ତାଗ୍ରସ୍ତ ହେବାର ଆଶଙ୍କା କମ୍ ରହିଥାଏ। ଏହି କାରଣରୁ ସେମାନଙ୍କ ଠାରେ ହୃଦଘାତ ପରି ସମସ୍ୟା ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ।
କୁହାଯାଇଛି ଯେ, ଯଦି ଆପଣ ସର୍ବଦା ଚିନ୍ତିତ ରହୁଛନ୍ତି ତେବେ, କିଛି ସାଂସ୍କୃତିକ କାର୍ୟ୍ୟକ୍ରମ, ସିନେମା, ସଂଗ୍ରହାଳୟକୁ ଯିବା ଉଚିତ। ଏପରି କରିବା ଦ୍ବାରା ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ରହିଥାଏ। ଚିନ୍ତିତ ହେବା ଦ୍ବାରା ହୃଦଘାତ, ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖା ଦେଇଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories