www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା ହେବ ଭାରତର ପେଟ୍ରୋଲିୟମ ହବ୍ : ପ୍ରଧାନମନ୍ତ୍ରୀ ମୋଦୀ

ଖୋର୍ଦ୍ଧା .- ଓଡ଼ିଶା ଦେଶର ପେଟ୍ରୋଲିୟ ହବ୍‌ ହେବ  ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି । ଆଇଆଇଟି ଭୁବନେଶ୍ୱର ପରିସରରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  ଆଇଆଇଟି ଭୁବନେଶ୍ୱରର ଶୁଭ ଉଦ୍‌ଘାଟନ ଅବସରରେ ଓଡ଼ିଶା ପେଟ୍ରୋଲିୟମ ଓ ଗ୍ୟାସର ଏକ ପ୍ରମୁଖ ସ୍ଥାନ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୪ ହଜାର ୫୨୩ କୋଟି ଟଙ୍କାର ହେବାକୁ ଥିବା ବିଭିନ୍ନ ଯୋଜନାର  ଶିଳାନ୍ୟାସ ଓ ଲୋକାର୍ପଣ  କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ ଚେୟାର’ ପ୍ରତିଷ୍ଠା, ଲଳିତଗିରି ସଂଗ୍ରାହାଳୟର ଉଦ୍‌ଘାଟନ , ପାଇକ ବିଦ୍ରୋହର ଷ୍ଟାମ୍ପ ଓ ମୁଦ୍ରା ଉନ୍ମୋଚନ କରିଥିଲେ ।

ଆଇଆଇଟି ଭୁବନେଶ୍ୱର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବ ବୋଲି ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି । ତାଙ୍କ ସରକାର ସମୟରେ ପୂର୍ବ ଭାରତର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଭାରତ ଏସିଆର  ପ୍ରବେଶ ପଥ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ୍‌ ଲାଇନ୍‌ ଓଡ଼ିଶାକୁ ନୂଆ ପରିଚୟ ଦେବ ବୋଲି ସେ ପ୍ରକାଶ କରିଛନ୍ତି । ଓଡ଼ିଶା ପେଟ୍ରୋଲିୟମ ଓ ଗ୍ୟାସ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସ୍ଥାନ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହ ମହିଳାମାନଙ୍କୁ ଧୂଆଁରୁ ମୁକ୍ତି ଦେବା ପାଇଁ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହେଉଛି । କୋଟି କୋଟି ସାଧାରଣ ଜନତା ଏହାର ଲାଭ ପାଇପାରୁଛନ୍ତି ବୋଲି ମୋଦୀ କହିଛନ୍ତି ।

- Advertisement -

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦାବି କରିଛନ୍ତି । ଏହାସହ ବସୁଧା ଯୋଜନା ଓ  ବକ୍ସି ଜଗବନ୍ଧୁ ନାମରେ ଚାଲିଥିବା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ରାଜ୍ୟର ଉନ୍ନତି ପାଇଁ କରୁଥିବା ସମସ୍ତ ଯୋଜନା  ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories