www.samajalive.in
Sunday, December 14, 2025
15.1 C
Bhubaneswar

ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢି ଓଡ଼ିଆରେ ଶହେରୁ ଶହେ

ଫୁଲବାଣୀ :ଇଂରାଜୀ ମାଧ୍ୟମରେ ପାଠ ପଢି  ଓଡ଼ିଆ ବିଷୟରେ ୧୦୦ରୁ ୧୦୦ ନମ୍ବର ରଖିବା ଏକ ବିରଳ କୃତିତ୍ବ। ଏଭଳି କରି ଦେଖାଇଛନ୍ତି ଫୁଲବାଣୀର କ୍ଷୀରାବ୍ଧୀ ତନୟା।  ଫୁଲବାଣୀ ପ୍ଲବିକ ସ୍କୁଲରେ ପଢୁଥିବା କ୍ଷୀରାବ୍ଧୀ ନିକଟରେ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷାରେ ଏଭଳି କୃତିତ୍ବ ହାସଲ କରିଛନ୍ତି।  କ୍ଷୀରାବ୍ଧି ୯୪ ପ୍ରତିଶତ ମାର୍କ ରଖି ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଓଡିଆରେ ୧୦୦ ରୁ ୧୦୦ ନମ୍ବର ରଖି  ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣି ପାରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ରଞ୍ଜନ ଦାଶ ଓ ଶିକ୍ଷୟିତ୍ରୀ ମମତା ନାୟକଙ୍କ ଝିଅ କ୍ଷୀରାବ୍ଧୀ  ବିଭିନ୍ନ ଗୀତ, ନାଚ, ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ  ୨୦୦ରୁ ଉର୍ଦ୍ଧ୍ଵ ମାନପତ୍ର ପାଇ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଭବିଷ୍ୟତରେ ଆଇଏଏସ କିମ୍ବା ଆଇପିଏସ ହେବା ପାଇଁ ଇଚ୍ଛା ଜାହିର କରିଛନ୍ତି କ୍ଷୀରାବ୍ଧୀ।

ସିବିଏସଇ ଦଶମରେ ଜିଲା ଟପ୍ପର ପ୍ରିୟଦର୍ଶିନୀ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories