www.samajalive.in
Saturday, December 6, 2025
19.1 C
Bhubaneswar

୧୦ମ ପାସ୍‌, ହେଲେ ଛିଡ଼ା କରିଦେଲେ ୩ ହଜାର କୋଟିର କମ୍ପାନୀ

ସମାଜଲାଇଭ ଡେସ୍କ: ଶିକ୍ଷାଗତ ଯୋଗ୍ୟତା ମାତ୍ର ୧୦ମ ପାସ୍‌। ହେଲେ ବ୍ୟବସାୟରେ ସେ ପ୍ରବୀଣ। ଅଳ୍ପ ପାଠ ପଢ଼ିଥିବା ସତ୍ବେ ନିଜ ବୁଦ୍ଧି ବଳରେ ସେ ଛିଡ଼ା କରିଛନ୍ତି ୩ ହଜାର କୋଟିର କମ୍ପାନୀ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁଭାଷ ଚନ୍ଦ୍ର ଏଲ୍‌ ଏବଂ ତାଙ୍କ ଘର ବେଙ୍ଗାଲୁରୁରେ।

ସୁଭାଷଙ୍କ ପିଲାଦିନ ଅତ୍ୟନ୍ତ ଦୁଃଖକଷ୍ଟରେ କଟିଥିଲା। ମାତ୍ର ୭ବର୍ଷ ବୟସରେ ତାଙ୍କ ମା’ଙ୍କ ବିୟୋଗ ଘଟିଥିଲା। ବାପା ଆରମ୍ଭ କରିଥିବା ବ୍ୟବସାୟ ଧୀରେ ଧୀରେ ଠପ୍‌ ହୋଇଯାଇଥିଲା। ବୁଡ଼ି ଯାଉଥିବା ଏହି କମ୍ପାନୀକୁ ବନ୍ଦ କରିବାକୁ ଚିନ୍ତା କରୁଥିଲେ ବାପା। କିନ୍ତୁ ହାର୍‌ ମାନି ନ ଥିଲେ ସୁଭାଷ। ୧୦ମ ପାସ୍‌ କରିବା ପରେ ସେ ଅଧିକ ପାଠ ନ ପଢ଼ି ନିଜ ବାପାଙ୍କ ବ୍ୟବସାୟକୁ ସମ୍ଭାଳିବା ଆରମ୍ଭ କରିଥିଲେ। ଆଜି ସେହି କମ୍ପାନୀର ବଜାର ମୂଲ୍ୟ ୩ ହଜାର କୋଟିରେ ପହଞ୍ଚିଛି।

- Advertisement -

ସୁଭାଷଙ୍କ ବାପାଙ୍କ ନାମ ନାରାୟଣ ରେଡ୍ଡୀ। ସେ ଦୁଇ ବନ୍ଧୁଙ୍କ ସହିତ ମିଶି ‘ସଙ୍ଗୀତା’ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ମ୍ୟୁଜିକ ରେକର୍ଡ ବିକ୍ରୟ କରୁଥିଲା। କିନ୍ତୁ ବ୍ୟବସାୟରେ ବିଫଳ ହେବାରୁ ତାଙ୍କର ଦୁଇ ବନ୍ଧୁ ସେଥିରୁ ଓହରି ଯାଇଥିଲେ। ଏହି ସମୟରେ ସୁଭାଷ ପାଠ ପଢ଼ା ଛାଡ଼ି ବାପାଙ୍କ ସହ ବ୍ୟବସାୟ ଦୁନିଆରେ ପାଦ ରଖିଥିଲେ। ସେତେବେଳେ କମ୍ପାନୀ ମ୍ୟୁଜିକ ରେକର୍ଡ, ଗୃହ ହୋମ୍‌ ଆପ୍ଲାଏନ୍ସ ଏବଂ ସିମ୍‌ କାର୍ଡ ବିକ୍ରୟ କରୁଥିଲା।

କିନ୍ତୁ ୧୯୯୭ ମସିହାରେ କମ୍ପାନୀକୁ ମିଳିଥିଲା ପ୍ରକୃତ ସଫଳତା। ଏହି ସମୟରେ ମୋବାଇଲ୍‌ ଫୋନର ଚାହିଦା ବଢ଼ିବା ଆରମ୍ଭ ହୋଇଥିଲା। ଏହି କମ୍ପାନୀ ଦେଶର ପ୍ରଥମ ରିଟେଲର ଥିଲା, ଯିଏକି ମୋବାଇଲ ପାଇଁ ବୀମା ପ୍ରଦାନ କରୁଥିଲା। ଯଦି ମୋବାଇଲ ଭାଙ୍ଗୁ ନ ଥିଲା, ତେବେ ଲୋକଙ୍କୁ ବୀମା ପ୍ରିମିୟମ ରାଶି ଫେରସ୍ତ କରିଦିଆଯାଉଥିଲା। କମ୍ପାନୀର ଏଭଳି ଅଭିନବ ମଡେଲ କମ୍ପାନୀକୁ ସଫଳତା ଆଣି ଦେଇଥିଲା।

ଏହା ପରେ କମ୍ପାନୀର ସଫଳତା ଯାତ୍ରା ଲମ୍ବିଥିଲା। ବିଭିନ୍ନ ରାଜ୍ୟରେ କମ୍ପାନୀ ନିଜର ଗୋଟିଏ ପରେ ଗୋଟିଏ ନୂଆ ଷ୍ଟୋର ଖୋଲିବା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟରେ ‘ସଙ୍ଗୀତା ମୋବାଇଲ୍ସ’ କମ୍ପାନୀର ୮୦୦ ଷ୍ଟୋର ରହିଛି। ମାତ୍ର ୧୦ମ ପର୍ଯ୍ୟନ୍ତ ପାଠ ପଢ଼ି ସୁଭାଷ ଏବେ ୨୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିଛନ୍ତି। କମ୍ପାନୀର ମୂଲ୍ୟ ଏବେ ୩ ହଜାର କୋଟିରେ ପହଞ୍ଚିଛି। ଯେବେ କମ୍ପାନୀ ଆରମ୍ଭ ହୋଇଥିଲା ସେବେ ବେଙ୍ଗାଲୁରୁର ଜେସି ରୋଡ୍‌ରେ ଏକ ୬୦୦ ବର୍ଗ ଫୁଟ ଜାଗାରେ ଷ୍ଟୋର ଖୋଲାଯାଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories