www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ; ‘ମୁସଲମାନଙ୍କ ପାଇଁ ପୃଥକ ବଜେଟ ଚାହୁଁଥିଲା କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ମୁସଲମାନଙ୍କ ପାଇଁ ପୃଥକ ବଜେଟ କରିବାକୁ ଚାହୁଁଥିଲା ବୋଲି ମୋଦୀ ଏକ ନିର୍ବାଚନୀ ସଭାରେ ଅଭିଯୋଗ କରିଛନ୍ତି। ବଜେଟର ଏକ ବଡ଼ ଭାଗ ଅର୍ଥାତ ୧୫ ପ୍ରତିଶତ କେବଳ ମୁସଲମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ମନମୋହନ ସିଂହଙ୍କ ସରକାର ଚାହୁଁଥିଲା ଏବଂ ବିଜେପିର ତୀବ୍ର ବିରୋଧ ଫଳରେ କଂଗ୍ରେସ ନିଜ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲା ବୋଲି ମୋଦୀ କହିଛନ୍ତି।

ପିମ୍ପଲଗାଓଁ ବସୱନ୍ତ ଏବଂ କଲ୍ୟାଣଠାରେ ଆୟୋଜିତ ପୃଥକ ନିର୍ବାଚନୀ ସଭାରେ ମୋଦୀ କହିଥିଲେ ଯେ, ‘ଯଦି କଂଗ୍ରେସ ପୁନର୍ବାର ନିର୍ବାଚିତ ହୁଏ, ତେବେ ଏହା ଧର୍ମ ଆଧାରରେ ଦୁଇଟି ବଜେଟ ତିଆରି କରିବ। କିନ୍ତୁ ମୁଁ ହିନ୍ଦୁ ଏବଂ ମୁସଲିମ ନାମରେ ଦୁଇଟି ବଜେଟ କରିବାକୁ ଅନୁମତି ଦେବି ନାହିଁ। ସେହିପରି ଧର୍ମ ଆଧାରରେ କୋଟାକୁ ଅନୁମତି ଦିଆଯିବ ନାହିଁ। କଂଗ୍ରେସର ବିଭାଜନ କୌଶଳକୁ ଲୋକଲୋଚନକୁ ଆଣିବା କେବଳ ମୋର ଉଦ୍ଦେଶ୍ୟ ବୋଲି ମୋଦୀ କହିଥିଲେ।

- Advertisement -

ସେ ଆହୁରି କହିଥିଲେ, କଂଗ୍ରେସ ଅଭିଯୋଗ କରିଆସୁଛି ଯେ ମୋଦୀ ହିନ୍ଦୁ-ମୁସଲିମ ପ୍ରସଙ୍ଗ ଉଠାଉଛନ୍ତି, କିନ୍ତୁ ମୁଁ ନୁହେଁ କଂଗ୍ରେସ ଦେଶକୁ ବିଭାଜନ କରିବାକୁ ଚାହୁଁଛି। ସେମାନଙ୍କ ଉଦ୍ଦେଶ୍ୟ ଲୋକଲୋଚନକୁ ଆଣିବା ଅନୁଚିତ କି ବୋଲି ମୋଦୀ ପ୍ରଶ୍ନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories