www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେସର କୁକରରେ ଭାତ-ଡାଲି କରୁଛନ୍ତି କି? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସମାଜ ଡିଜିଟାଲ ଡେସ୍କ: ଅନେକ ଗୃହିଣୀମାନେ ଅଧିକାଂଶ ସମୟରେ ସମୟ ଅଭାବରୁ ପ୍ରେସର କୁକରରେ ଭାତ, ଡାଲି ଓ ତରକାରୀ ରୋଷେଇ କରୁଥିବା ଦେଖିଥାଉ। ଅଳ୍ପ ସମୟରେ ଖାଦ୍ୟ ପ୍ରସ୍ତୁତ ହେଇଯିବାର ଏହି ସହଜ ଉପାୟକୁ ପ୍ରାୟତଃ ମହିଳାମାନେ ଆପଣାଇଥାନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଆମେ ଅନେକ ଏଭଳି ଭିଡ଼ିଓ ଦେଖିଥାଉ। ହେଲେ କିଛି ଲୋକେ ଏହା କହିଥାନ୍ତି ଯେ ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଦ୍ୱାରା ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ପ୍ରେସର କୁକର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କ୍ଷତିକାରକ କି? ଚାଲନ୍ତୁ ଜାଣିବା ଏ ସମ୍ପର୍କରେ . . .

ସାଧାରଣତଃ ଘରେ ପ୍ରତିଦିନ ଭାତ, ଡାଲି, ତରକାରୀ ଇତ୍ୟାଦି ପ୍ରସ୍ତୁତ କରିଥାଉ। ଏଥିରେ ଥିବା ଷ୍ଟିମ୍‌‌ ସିଷ୍ଟମ ପାଇଁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ। ଡାଲିରେ ପ୍ରୋଟିନ୍‌‌, ଭିଟାମିନ୍‌‌, କାର୍ବୋହାଇଡ୍ରେଟ୍‌‌, ରୁଗ୍‌‌, ଫ୍ୟାଟ୍‌‌, ମିନେରାଲ୍ସ ଇତ୍ୟାଦି ବିଶେଷ ଭାବରେ ମିଳିଥାଏ। ବୈଜ୍ଞାନିକଙ୍କ ମତରେ ଯେତେବେଳେ ଡାଲି ଆଉ ଚାଉଳ ଏକା ସାଙ୍ଗରେ ରନ୍ଧାଯାଏ ସେଥିରେ ଥିବା ପୋଷକ ତତ୍ତ୍ୱ ବାହାରକୁ ଆସେ ଏବଂ ମଣିଷ ମାନେ ଏହାକୁ ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ। ଏହାସହିତ ପୁଷ୍ଟିକର ଉପାଦାନଗୁଡିକ ଶରୀରରେ ସିଧାସଳଖ ପହଞ୍ଚି ଆବଶ୍ୟକ ପୁଷ୍ଟିକର ପ୍ରଦାନ କରିଥାଏ। ହେଲେ ଏହି ଖାଦ୍ୟ କେଉଁଥିରେ ପ୍ରସ୍ତୁତ ହୋଇଛି ତାହା ଜାଣିବା ଜରୁରୀ। ପ୍ରେସର କୁକରରେ ନା, ମାଟିପାତ୍ରରେ ନା କଢେଇରେ ତିଆରି କରୁଛେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

- Advertisement -

ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ: 
ନିକଟରେ ଆସିଏମଆର ଦ୍ୱାରା ପ୍ରକାଶିତ ଗାଇଡଲାଇନ ଅନୁଯାୟୀ ଡାଲି, ଚାଉଳ ଏବଂ ଶସ୍ୟରେ କିଛି ଆଣ୍ଟି-ପୁଷ୍ଟିକର ସହିତ ଏନଜାଇମ୍‌‌ ରହିଥାଏ। ଯାହା ରାନ୍ଧିବା ପରେ କିମ୍ବା ପ୍ରେସର କୁକରରେ ଫୁଟିବା ପରେ ନଷ୍ଟ ହୋଇଯାଏ। ଏହାବ୍ୟତୀତ ଫାଇଟିକ୍‌‌ ଏସିଡ୍‌‌ ପରି ଉପାଦାନ ମଧ୍ୟ କମିଯାଏ। ଯେଉଁ କାରଣରୁ ଖାଦ୍ୟ ହଜମ କରିବା ଏବଂ ଜିଙ୍କ, ଆଇରନ୍‌‌, କ୍ୟାଲସିୟମ୍‌‌, ମ୍ୟାଗ୍ନେସିୟମ୍‌‌ ପରି ଖଣିଜ ପଦାର୍ଥ ଗ୍ରହଣ କରିବାର କ୍ଷମତା ବଢିଥାଏ। ଏଥିପାଇଁ ପ୍ରେସର କୁକରରେ ରୋଷେଇ କରିବା ଲାଭଦାୟକ ହୋଇଥାଏ। ପ୍ରେସର କୁକରରେ ଡାଲି, ଚାଉଳ ଏବଂ ଦଲିଆ ରୋଷେଇ କରୁଥିଲେ ବିଶେଷ ଧ୍ୟାନ ଦିଅନ୍ତୁ, ଯେପରି ପାଣି ସୀମିତ ପରିମାଣରେ ଦେବେ ଏବଂ ଅଧିକ ସିଟି ଦେବେ ନାହିଁ। ଅତ୍ୟଧିକ ସିଝିବା ଦ୍ୱାରା ସେଥିରେ ଥିବା ପ୍ରୋଟିନ୍‌‌ ନଷ୍ଟ ହୋଇଯାଏ। ଲାଇସେନ୍‌‌ ଭଳି ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ।
ତେବେ ପ୍ରେସର କୁକରରେ ରୋଷେଇ କରିବା ନେଇ ମନରେ ଦ୍ୱନ୍ଦ୍ୱ ରଖନ୍ତୁ ନାହିଁ। ଏଥିରେ ଆପଣ ଭାତ, ଡାଲି, ଦଲିଆ ଭଳି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ। ଏଥିରୁ ପୁଷ୍ଟିକର ତତ୍ତ୍ୱ ମଧ୍ୟ ପାଇପାରିବେ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories