www.samajalive.in
Monday, December 8, 2025
13.1 C
Bhubaneswar

ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା

ବାଲେଶ୍ଵର: ଓଡିଶାରେ ଲୋକସଭା ବାଚସ୍ପତିି ଓମ୍ ବିର୍ଲା। ବାଲେଶ୍ଵରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଯୋଗଦେଇ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ଵରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଥିଲେ ଓହିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଲୋକ ଚାହୁଁଛନ୍ତି ବିଜେପି ଆସୁ। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି। ଓଡିଶାରେ ବାଲେଶ୍ଵର ସମେତ ପୂର୍ଣ୍ଣ ରୂପରେ ସବୁ ଲୋକସଭା ସିଟ୍ ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ । ନବୀନ ସରକାର ଲୋକେ ଦେଖିଛନ୍ତି , ବିଜେପି ସରକାର ଦେଖିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶ ଆଗକୁ ବଢୁଛି। ଆଗାମୀ ଦିନରେ ଓଡିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି କହିଛନ୍ତି ଓମ୍ ବିର୍ଲା । ବାଲେଶ୍ଵର ପରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟାରେ ସମ୍ବଲପୁର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories