www.samajalive.in
Saturday, December 6, 2025
17.1 C
Bhubaneswar

ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ହତ୍ୟା

ଲଣ୍ଡନ: ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ବୟସ ୬୬ ବର୍ଷ। ସେ ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରି ରହିଥିବାବେଳେ ଜଣେ ୨୨ ବର୍ଷୀୟ ଯୁବକ ତାଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି। ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାମ ହେଉଛି ଅନିତା ମୁଖୀ। ସେ ଜାତୀୟ ସ୍ବାସ୍ଥ୍ୟ ସେବା (ଏନଏଚଏସ)ରେ ମେଡିକାଲ ସେକ୍ରେଟାରି ଭାବେ ପାର୍ଟ-ଟାଇମ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ସେ ବର୍ନ୍‌ଟ ଓକ୍‌ ବ୍ରଡ୍‌ୱେ ବସ୍‌ଷ୍ଟପରେ ବସ୍‌କୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ଜଲାଲ ଦେବେଲା ନାମକ ଯୁବକ ତାଙ୍କ ଛାତି ଏବଂ ବେକକୁ ଛୁରାମାଡ଼ କରିଥିଲେ। ଖବରପାଇ ପୁଲିସ ପହଞ୍ଚି ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲୁଟ୍‌ ଉଦ୍ଦେଶ୍ୟରେ କି କୌଣସି ଶତ୍ରୁତା କାରଣରୁ ମହିଳାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories