www.samajalive.in
Saturday, December 13, 2025
26.1 C
Bhubaneswar

ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତା

ଲାଞ୍ଜିଗଡ: ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ଉତ୍ସାହଜନକ ହୋଇଛି। ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ଶହେ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ  ହୋଇଛନ୍ତି।
ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରୀ ଶିବନ୍ୟା ଶ୍ୟାମ ୯୬.୮ % ନମ୍ବର ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାବେଳେ ଛାତ୍ର  କେ. ରାମସାଇ ଓ ଛାତ୍ରୀ ଲକ୍ଷ୍ମୀ ପ୍ରିୟା ନାଗ ଉଭୟେ ୯୪.୮ %, ଛାତ୍ରୀ ସୋନାଲି କୁମାରୀ ୯୪.୨%ନମ୍ବର ରଖିଛନ୍ତି । ସେହିପରି ସମୁଦାୟ ୯୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୦ ଶତକଡା ଉପରେ ୧୪ ଜଣ ବିଦ୍ୟାର୍ଥୀ , ୮୦ ଶତକଡା ଉପରେ ୩୫ ଜଣ ବିଦ୍ୟାର୍ଥୀ ଓ ୭୦ ଶତକଡ଼ା ଉପରେ ୫୫ ଜଣ ବିଦ୍ୟାର୍ଥୀ  ରହିଛନ୍ତି ।
ସେହିପରି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର  ସମୁଦାୟ ୨୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଛାତ୍ର  ଶକ୍ତି ସ୍ୱରୂପ ନାୟକ ୮୮% , ଛାତ୍ର ଜ୍ୟୋତି ପ୍ରକାଶ ସାମଲ ୮୨ % ଓ ଛାତ୍ର ରୋହିତ ରଂଜନ ଜେନା ୮୦.୬ % ନମ୍ବର  ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଧ୍ୟ ସମସ୍ତ ୨୧ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ଦଶମ ଶ୍ରେଣୀର ଛାତ୍ର  ତନ୍ମୟ ପାଣିଗ୍ରାହୀ ଗଣିତରେ  ୧୦୦ ନମ୍ବର ଏବଂ  ଇ. ସୁଦୀପ୍ତ ଶେଖର ପାତ୍ର ସଂସ୍କୃତରେ ୧୦୦ ନମ୍ବର ରଖିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ର ଶକ୍ତି ସ୍ୱରୂପ ନାୟକ  ଫିଜିକାଲ ଏଜୁକେସନ ରେ ୧୦୦ ନମ୍ବର  ରଖିଛନ୍ତି ।ଏହି ଅବସରରେ  ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories