www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଥମ ଥର ବରିଷ୍ଠ ନେତାଙ୍କ ସାମ୍ବାଦିକ ସମ୍ମିଳନୀ: ନିର୍ଣ୍ଣାୟକ ନିଷ୍ପତି ନେବାର ସମୟ ଆସିଛି-ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠା ନେତୃବୃନ୍ଦ ପ୍ରଥମ କରି ଏକାଠି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡଙ୍ଗୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ। ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଥିବା ବିଜେଡି ବାରମ୍ବାର କହୁଛି। ହେଲେ ବିଜେପି ସବୁବେଳେ ବିକାଶର ରାଜନୀତି କରିଛି। ବିକାଶଳମୂଳକ କାମକୁ କେବେ ବିଜେପି ବିରୋଧ କରିନି। କିନ୍ତୁ କାମ କରିବାର ତରିକାକୁ ବିରୋଧ କରିଛି ବିଜେପି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪୨ଶହ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହୋଇଛି। ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ କେଉଁ ପରିପ୍ରେକ୍ଷୀରେ ଏହି ପ୍ରକଳ୍ପର ଡିଜାଇନ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ଏଏସଆଇ ଓ ଏନଏମଏର ଗାଇଡଲାଇନ ବାହାରେ କାମ କାହିଁକି ହେଉଥିଲା। ୧୦୦ମିଟର ଭିତରେ କାମ କରିବାକୁ ଆମେ ବିରୋଧ କରିଥିଲୁ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବିଜେପି କହିଥିଲା। ପରବର୍ତ୍ତୀ ସମୟରେ ଡିପିଆରକୁ ବଦଳା ଯାଇଥିଲା। କିନ୍ତୁ ପ୍ରକଳ୍ପ ଆରମ୍ଭରୁ ଯେଉଁ ଡିପିଆର ପ୍ରସ୍ତୁତ ହୋଇଥିଲା ସେଥିରେ କାହିଁକି ମନ୍ଦିରର ସୁରକ୍ଷାକୁ ଦୃଷ୍ଟି ଦିଆଯାଇନଥିଲା।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଏକ ନଂ ରାଜ୍ୟ ଭାବେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାକୁ ୧ନମ୍ବର କରି ଦେଖାଇବୁ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ୨୫ବର୍ଷ ସରକାରରେ ରହି ୩ ମାସ ପୂର୍ବରୁ ଦୂଷିତ ପିଇବା ପାଣି କାରଣରୁ ହଇଜା ହେଉଛି। ଓଡ଼ିଶାର ଏକ ତୃତୀୟାଂଶ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲାରୁ ହିଁ ଅଧିକ ଲୋକ ଗୁଜରାଟ ଯାଉଛନ୍ତି। ୨୫ବର୍ଷ ଶାସନରେ ରହିବା ପରେ ଓଡ଼ିଶା ଲୋକ କାହିଁକି କାମ ପାଇଁ ବାହାରକୁ ଯାଉଛନ୍ତି। ଶିଶୁ ମୃତ୍ୟୁହାରରେ ଓଡ଼ିଶା ୧ନମ୍ବର ସ୍ଥାନରେ ରହିଛି। ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ମୋତେ ବିଜେଡି ଅତି ନୀଚ୍ଚା କରି ଦେଖାଉଛି। ଏଥିରେ ମୁଁ ବହୁତ ଖୁସି। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ନବୀନ ପଟ୍ଟନାୟକଙ୍କର ଯେତେବେଳେ ବି ଭିଡ଼ିଓ ଗୁଡିକୁ ପୋଷ୍ଟ କରାଯାଉଛି ଅଧିକାଂଶ ଭିଡ଼ିଓ ନିଜର ନୁହେଁ। ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡ଼ିଓ ଡିପଫେକ୍‌‌। ଏହାକୁ ଏଆଇ ଦ୍ୱାରା କରାଯାଉଛି। ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ଉପରେ ବର୍ଷିଛନ୍ତି। ବିଜେଡି ବିଭିନ୍ନ କଥା କହି ଓଡ଼ିଶାର ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଭଳି ଦ୍ୱନ୍ଦ୍ୱରେ ପଡି ଶେଷରେ ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories