www.samajalive.in
Sunday, December 14, 2025
16.1 C
Bhubaneswar

ନୂତନ ଆଶା ସଞ୍ଚାର କରିଥାଏ ନବ ବର୍ଷ

ନବ ବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏଥିପାଇଁ ଆଜି ଠାରୁ ପ୍ରତ୍ୟେକ ବର୍ଗ ଅନେକ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି। ପ୍ରତ୍ୟେକ ବର୍ଷ ନବ ବର୍ଷ ଆସିବାର କିଛି ଦିନ ପୂର୍ବରୁ ସମସ୍ତଙ୍କ ମନରେ ଅନେକ ଉତ୍ସାହ ଦେଖା ଦେଇଥାଏ। ନବ ବର୍ଷ ସମସ୍ତଙ୍କ ଜୀବନରେ ଏକ ନୂତନ ଆଶାର ସଞ୍ଚାର କରି ନୂଆ ଇଚ୍ଛା ଓ ଅନେକ ସମ୍ଭାବନା ଆଣିଥାଏ। ପୁରୁଣା ବର୍ଷର ସମସ୍ତ କଥା ଭୁଲି ନୂଆ ବର୍ଷର ଆରମ୍ଭ କିପରି କରିବେ ତାହା ନେଇ ଅନେକ ଯୋଜନା କରିଥାଆନ୍ତି। ପୁରୁଣା ବର୍ଷର ସଫଳତା ଓ ଅସଫଳତାକୁ ଭୁଲି ନୂତନ ବର୍ଷକୁ ହୃଦୟ ଓ ଉତ୍କଣ୍ଠାର ସହ ସ୍ବାଗତ କରିବା ଉଚିତ।

ନୂଆ ବର୍ଷ ଆମକୁ ଶିଖାଇଥାଏ ଯେ, ପୁରୁଣା ଦିନର ସମସ୍ତ କଥାକୁ ଭୁଲି ଆଗକୁ ନୂଆ ଆଶା ଓ ନୂଆ ଯୋଜନାର ସହ ବଢିବା ଉଚିତ। ପୁରୁଣା ବର୍ଷରେ କରିଥିବା ଭୁଲକୁ ବାରମ୍ବାର ନ କରିବାକୁ ମଧ୍ୟ ଶିଖାଇଥାଏ। ପୁରୁଣା ବର୍ଷରେ ମିଳିଥିବା ଅସଫଳତା ଓ ଭୁଲରୁ କିଛି ଶିଖି ଆଗକୁ ସଚେଷ୍ଟାର ସହ ବଢିବା ଓ ସଫଳତା ପାଇବାକୁ ଚେଷ୍ଟା କରିବା ଉଚିତ। ନୂଆ ବର୍ଷ ଖୁସି ଓ ଉଲ୍ଲାସ ପାଳନ କରିବାର ଏକ ଖାସ୍ ଉତ୍ସବ ଅଟେ। ଏହିଦିନ ସମସ୍ତ ବର୍ଗର ବ୍ୟକ୍ତିମାନେ ନିଜ ସାଙ୍ଗସାଥୀ, ପରିଜନଙ୍କୁ ନୂତନ ବର୍ଷର ଶୁଭକାମନା ଜଣାଇ ଥାଆନ୍ତି। ଏହାସହ ସମସ୍ତଙ୍କର ମଙ୍ଗଳକାମନା କରିଥାଆନ୍ତି। କାର୍ଡ, ଫୁଲ, ଉପହାର ମାଧ୍ୟମରେ ନୂତନ ବର୍ଷର ଶୁଭକାମନା ଜଣାଇଥାନ୍ତି। ଯୁବପିଢୀମାନେ ଅନେକ ପାର୍ଟି ଆୟୋଜନ କରି ନୂଆ ବର୍ଷ ପାଳନ କରିଥାଆନ୍ତି।

- Advertisement -

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories