www.samajalive.in
Saturday, December 6, 2025
17.1 C
Bhubaneswar

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ୨ ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ

କଣ୍ଟାବାଞ୍ଜି: ନିଜ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୨ ଜଣ ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟ। ଭୁବନେଶ୍ବର ଶଙ୍ଖ ଭବନଠାରେ ଏହି ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଥିଲା।

ସୂଚନା ଅନୁସାରେ, କଣ୍ଟାବାଞ୍ଜିର କଂଗ୍ରେସର ଜଣେ ଦୃଢ ଯୁବ ସଂଗଠକ ତଥା ସମାଜସେବୀ କାର୍ତ୍ତିକ ପୁଟେଲ ଏବଂ ତୁରେକେଲା ବ୍ଲକ ଅଧକ୍ଷା ପୂଜା ବେହେରା ତାଙ୍କ ସମର୍ଥିତ ସମସ୍ତ ସମିତି ସଭ୍ୟଙ୍କ ସହିତ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଯୋଡିହେବା ଲକ୍ଷ୍ୟ ନେଇ ବିଜେଡିରେ ସାମିଲ ହୋଇଛନ୍ତି। କାର୍ତ୍ତିକ ପୁଟେଲ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦୃଢ ସମର୍ଥକ ଥିବାବେଳେ କୋଶଳିଆ ମାଳିସମାଜର ଜିଲ୍ଲା ସଭାପତି ଥିବା ଜଣାପଡ଼ିଛି। ସେହିପରି କଂଗ୍ରେସର ସରପଞ୍ଚ, ସମିତି ସଭ୍ୟଙ୍କ ସହ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁ ବାଳା ବେହେରା, ସମିତି ସଭ୍ୟ ଭୋଳା ବେହେରା ନିଜ ସମର୍ଥକମାନଙ୍କ ସହିତ ମିଶି ବିଜେଡିରେ ଯୋଗଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ବିଜେଡି ଦିନକୁ ଦିନ ଦୃଢ଼ ହେବା ସହିତ ରାଜନୈତିକ ସମୀକରଣ ବଦଳୁଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ବଳ ହେବାରେ ଲାଗୁଛି। ଇତିମଧ୍ୟରେ ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ବହୁ ସରପଞ୍ଚ, ସମିତିସଭ୍ୟ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡି ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତା ଭି କାର୍ତ୍ତିକେୟନ ପାଣ୍ଡିଆନ ସେମାନଙ୍କୁ ସ୍ୱାଗତ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories