www.samajalive.in
Friday, December 12, 2025
14.1 C
Bhubaneswar

ଗୁଜରାଟ ବିଧାନସଭା ଉପନିର୍ବାଚନରେ ବିଜେପି ବିଜୟୀ

ଗାନ୍ଧିନଗର : ଗୁଜରାଟର ଜସ୍‍ଦନ୍‍ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏଥିରେ ଦଳର ପ୍ରାର୍ଥୀ ତଥା ରାଜ୍ୟର ମନ୍ତ୍ରୀ କୁୱଁରଜୀ ବାବଲିଆ ବିଜୟୀ ହୋଇଛନ୍ତି। ଶ୍ରୀ ବାବଲିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଅବ୍‍ସର ନକିୟାଙ୍କୁ ୧୯ ହଜାର ୯୮୫ ଭୋଟ୍‍ରେ ପରାସ୍ତ କରିଛନ୍ତି। ଶ୍ରୀ ବାବଲିଆଙ୍କୁ ୯୦ ହଜାର ୨୬୮ଟି ଭୋଟ୍‍ ମିଳିଥିବା ବେଳେ ନକିଆଙ୍କୁ ୭୦ ହଜାର ୨୮୩ ଭୋଟ୍‍ ମିଳିଛି।
ରବିବାର ସକାଳ ଆଠଟାରୁ ଭୋଟ୍‍ ଗଣତି ଆରମ୍ଭ ହୋଇଥିଲା। କୁୱଁରଜୀ ବାବଲିଆ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ସେଠାରେ ଉପନିର୍ବାଚନର ଆବଶ୍ୟକତା ଦେଖାଦେଇଥିଲା। ଗତ ୨୦ ତାରିଖରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବାବଲିଆଙ୍କ ବିଜୟ ପରେ ରାଜ୍ୟ ବିଧାନସଭାରେ ଶାସକ ବିଜେପିର ସଦସ୍ୟ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ସେ ଗତ ୫ଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି।
ଅନ୍ୟପକ୍ଷରେ ଜସ୍‍ଦନ୍‍ ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ସମସ୍ତ ଲୋକସଭା ଆସନରେ ବିଜୟୀ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories