www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନ, ବିମାନ ଟିକେଟ ବୁକିଂ ସହଜ କରିବ ଏହି ନୂଆ ଆପ୍, ଜାଣନ୍ତୁ କିପରି କରିବେ ବୁକ୍‌

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନ ଏବଂ ବିମାନ ଯାତ୍ରୀମାନେ ଟିକେଟ ବୁକିଂ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ସେମାନେ ସାଇବର କାଫେ୍‌ କିମ୍ବା ଅନ୍ୟମାନଙ୍କ ସହାୟତା ଲୋଡ଼ିଥାନ୍ତି। କିନ୍ତୁ ଏଥିପାଇଁ ଆଉ ସମସ୍ୟା ହେବନାହିଁ। ଏଣିକି ଘରେ ବସି ହେଉ ଅବା ଯେକୌଣସି ସ୍ଥାନରୁ, ନିଜ ମୋବାଇଲ୍‌​‌ ଫୋନରେ ସହଜରେ ଟିକେଟ ବୁକ୍‌ କରିପାରିବେ। ଏଥିପାଇଁ ଏକ ନୂଆ ଆପ୍‌ ପ୍ରସ୍ତୁତ କରିଛି ଆଦାନୀ କମ୍ପାନୀ। ଏହି ଆପ୍ଲିକେଶନର ନାଁ ହେଉଛି ‘ଆଦାନୀ ୱାନ୍‌’ ଆପ୍‌।

ଆଦାନୀ ଗ୍ରୁପ ଏହାର ବ୍ୟବସାୟ ବୃଦ୍ଧି ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛି। କମ୍ପାନୀ ଏବେ ଟିକେଟ ବୁକିଂ ବ୍ୟବସାୟରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘ଆଦାନୀ ୱାନ୍‌’ ଆପ୍‌ରେ କେବଳ ଟ୍ରେନ୍‌ କି ବିମାନ ଟିକେଟ ନୁହେଁ, ବରଂ ବସ୍‌ ଟିକେଟ ସହିତ ହୋଟେଲ ବି ବୁକିଂ ହୋଇପାରିବ।

- Advertisement -

କେମିତି କରିବେ ଟିକେଟ୍‌ ବୁକ୍‌: ପ୍ରଥମେ ଆପ୍ଲିକେଶନ ଷ୍ଟୋରରୁ ଆଦାନୀ ଆପ୍‌ ଡାଉନଲୋଡ୍‌ କରିବେ। ଏହା ପରେ ଥିବା ଅପ୍‌ସନଗୁଡ଼ିକ ମଧ୍ୟରୁ କେଉଁ ଟିକେଟ ବୁକ୍‌ କରିବେ ତାହାକୁ କ୍ଲିକ୍‌ କରିବାକୁ ହେବ। ମନେକର ଟ୍ରେନ ଟିକେଟ ବୁକ୍‌ କରିବାକୁ ଥିଲେ ପ୍ରଥମେ ଯାତ୍ରା ସମ୍ବନ୍ଧୀୟ ତଥ୍ୟ ଦେବାକୁ ହେବ। ଏହା ପରେ ଆପଣଙ୍କୁ ସମସ୍ତ ଟ୍ରେନର ବିବରଣୀ ମିଳିଯିବ। ଯାହା ଫଳରେ ଆପଣ ନିଜ ଯାତ୍ରା ପାଇଁ ରହିଥିବା ଟ୍ରେନରେ ଟିକେଟ କାଟି ପାରିବେ। ଏହା ଆଇଆରସିଟିସି ଦ୍ବାରା ଅଥରାଇଜ୍‌ଡ ଟ୍ରେନ୍‌ ଟିକେଟ ବୁକିଂ ଆପ୍‌। ତେଣୁ ଯାତ୍ରୀଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories