www.samajalive.in
Sunday, December 7, 2025
14.1 C
Bhubaneswar

ସୌରମଣ୍ଡଳର ଅଜବ ଫଟୋ ଉଠାଇଲା ନାସା, ଦେଖିଲେ ହେବେ ଚକିତ

ନୂଆଦିଲ୍ଲୀ : ଆମେରିକା ମହାକାଶ ଏଜେନ୍ସି ନାସା ସାମାଜିକ ଗଣମାଧ୍ୟମରେ ସୌରମଣ୍ଡଳର ଗ୍ରହମାନଙ୍କ ନୂଆ ଫଟୋ ପୋଷ୍ଟ କରିଛି । ଶନି, ମଙ୍ଗଳ ଏବଂ ପୃଥିବୀ ବ୍ୟତୀତ ପେରିଡିୟା ଗ୍ରହର ଫଟୋ ମଧ୍ୟ ରହିଛି । ନାସା ନିଜ ପୋଷ୍ଟରେ କହିଛି କି ପେରିଡିୟା ଗ୍ରହ ଆମ ସୌରମଣ୍ଡଳର ଶନି ଗ୍ରହ ଭଳି ଦୃଶ୍ୟମାନ ହେଉଛି । ଉଭୟ ଗ୍ରହ ମଧ୍ୟରେ ବହୁତ ସମାନତା ରହିଛି । ତେବେ ନାସାର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଅନେକ ଲୋକ ନାସାର ଏହି ଫଟୋକୁ ଅସଲି ବୋଲି ମାନିବାକୁ ମନା କରୁଛନ୍ତି । ଅନେକ ଲୋକଙ୍କୁ ନାସାର ଏହି ଫଟୋ ଫୋଟସପରେ ପ୍ରସ୍ତୁତ ହୋଇଥିବା ଲାଗୁଛି ।

 

View this post on Instagram

 

A post shared by NASA (@nasa)

- Advertisement -

ନାସା ନିକଟରେ ସାମାଜିକ ଗଣମାଧ୍ୟମରେ ପେରିଡିୟା, ଶନି, ମଙ୍ଗଳ ଏବଂ ପୃଥିବୀର ଅତି ସୁନ୍ଦର ଫଟୋ ପୋଷ୍ଟ କରିଛି । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନାସା ଲେଖିଛି କି ଆମ ସୌରମଣ୍ଡଳ ବହୁତ ପୂର୍ବରୁ ଏହି ଆକାଶଗଙ୍ଗାରେ ପ୍ରସ୍ତୁତ ହୋଇଥିଲା । ତେବେ ଆମ ସୌରମଣ୍ଡଳର ଗ୍ରହ ଭଳି ପେରିଡିୟା ଗ୍ରହରେ ମଧ୍ୟ ଅନେକ ସମାନତା ରହିଛି ।

୧୪ କୋଟି ମାଇଲ ଦୂରରୁ ଆସିଲା ନାସା ପାଇଁ ଖୁସି ଖବର; ମଙ୍ଗଳ ଗ୍ରହରେ ମାନବ ମିଶନରେ ମିଳିପାରିବ ସାହାଯ୍ୟ

ନାସା ନିଜ ପୋଷ୍ଟରେ ଲେଖିଛି କି ‘ପେରିଡିୟା ଆମ ସୌରମଣ୍ଡଳର ସବୁଠାରୁ ଭବ୍ୟ ନଜର ଆସୁଥିବା ଗ୍ରହ ଶନି ଭଳି ଦେଖାଯାଉଛି । ଶନିର ରଙ୍ଗ ଧୂସର ଦେଖାଯାଉଛି । ଏହା ଚାରି ପଟେ ଧୂସର  ଏବଂ କଳା ରଙ୍ଗର ସ୍ଥାନ ନଜର ଆସୁଛି ।’ ତେବେ ନାସାର କିଛି ଫଟୋକୁ ଲୋକମାନେ ସତ ବୋଲି ମାନୁନାହାଁନ୍ତି । ପୋଷ୍ଟରେ ପ୍ରତିକ୍ରିୟା ରଖି ଲୋକମାନେ କହୁଛନ୍ତି କି ଏହାକୁ ପ୍ରସ୍ତୁତ କରାଯାଇଛି ଏବଂ ଏହା ନକଲି । ତେବେ କିଛି ଲୋକ ପ୍ରତିକ୍ରିୟା ରଖି ନାସାର ଏଭଳି କାମକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories