www.samajalive.in
Saturday, December 13, 2025
26.1 C
Bhubaneswar

କଂ​‌ଗ୍ରେସକୁ ଝଟ୍‌କା; ଦଳ​‌ ଛାଡ଼ିଲେ ବିଜୟ ଗମାଙ୍ଗୋ

ଗୁଣୁପୁର: ରାୟଗଡା ଜିଲା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳ ଛାଡିଲେ ରାୟଗଡା ଜିଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତାଙ୍କୁ କୈଫିୟତ ତଲବ କରିଥିଲେ। ବହୁଥର ପିସିସି ଓ ଜିଲାସ୍ତରୀୟ ଦଳୀୟ ନେତା ଅଣଦେଖା କରିଥିବା, କୌଣସି କାର୍ଯ୍ୟକ୍ରମର ସୂଚନା ଦେଉ ନ ଥିବା ଅଭିଯୋଗ କରି ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜୟ ଗମାଙ୍ଗୋ। ଇସ୍ତଫା ପତ୍ର ପିସିସି ସଭାପତି ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଦଳ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଅସନ୍ତୋଷ ହୋଇ ଯୁବ କଂଗ୍ରେସ ବ୍ଲକ ସଭାପତି, ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ୟ ପ୍ରବକ୍ତା, ପିସିସି ସଦସ୍ୟ ଦଳ ଛାଡ଼ିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories