www.samajalive.in
Friday, December 5, 2025
20.1 C
Bhubaneswar

ଏଥର ବିଜେଡି ଯିବ ବିଜେପି ଆସିବ-ମୋଦୀ

ନବରଙ୍ଗପୁର: ଓଡ଼ିଶାରେ ଏଥର ବିଜେଡି ଯିବ ବିଜେପି ଆସିବ। ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ। ବିଜେଡି ୨୫ବର୍ଷ ମଧ୍ୟରେ ଆପଣଙ୍କ ସମସ୍ୟା ଦୂର କରିନି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ କରି ଡବଲ ଇଞ୍ଜିନ ସରକାର ହେବ। ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନେତୃତ୍ୱ ମିଳିବ। ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ, କେହି ବାହାର ଲୋକ ନୁହେଁ। ଯିଏ ଓଡ଼ିଆ ଲୋକଙ୍କ ସମସ୍ୟା ଜାଣିଛି, ବୁଝିଛି, ସମାଧାନ ଜାଣିଛି, ଲୋକଙ୍କ ସହିତ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥର ଲୋକସଭାର ସମସ୍ତ ୨୧ଟି ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ସମ୍ବୋଧନ ଦେଇ କହିଛନ୍ତି ମୋଦୀ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories