www.samajalive.in
Tuesday, December 9, 2025
16.1 C
Bhubaneswar

ଏଥର ବିଜେଡି ଯିବ ବିଜେପି ଆସିବ-ମୋଦୀ

ନବରଙ୍ଗପୁର: ଓଡ଼ିଶାରେ ଏଥର ବିଜେଡି ଯିବ ବିଜେପି ଆସିବ। ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ। ବିଜେଡି ୨୫ବର୍ଷ ମଧ୍ୟରେ ଆପଣଙ୍କ ସମସ୍ୟା ଦୂର କରିନି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ କରି ଡବଲ ଇଞ୍ଜିନ ସରକାର ହେବ। ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନେତୃତ୍ୱ ମିଳିବ। ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ, କେହି ବାହାର ଲୋକ ନୁହେଁ। ଯିଏ ଓଡ଼ିଆ ଲୋକଙ୍କ ସମସ୍ୟା ଜାଣିଛି, ବୁଝିଛି, ସମାଧାନ ଜାଣିଛି, ଲୋକଙ୍କ ସହିତ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥର ଲୋକସଭାର ସମସ୍ତ ୨୧ଟି ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ସମ୍ବୋଧନ ଦେଇ କହିଛନ୍ତି ମୋଦୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories