www.samajalive.in
Friday, December 5, 2025
20.1 C
Bhubaneswar

ରାହୁଲଙ୍କ ପ୍ରାର୍ଥିପତ୍ର ଖାରଜ ଦାବି, ଫେରାଦ ହେଲେ ପ୍ରତିଦ୍ବନ୍ଦ୍ବୀ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ଏବେ ତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି ଜଣେ ପ୍ରାର୍ଥୀ। ରାହୁଲଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଦାବି କରି ସେ ରିଟର୍ନିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ରାହୁଲଙ୍କ ନାଗରିକତା ଏବଂ ଏକ ମାମଲାରେ ଦୋଷୀ ସାବ୍ୟସ୍ତକୁ ଅଧାର କରି ଅନିରୁଦ୍ଧ ପ୍ରତାପ ସିଂହ ନାମକ ପ୍ରାର୍ଥୀଙ୍କ ପକ୍ଷରୁ ତାଙ୍କ ଆଡ୍‌ଭୋକେଟ ଅଶୋକ ପାଣ୍ଡେ ଏହି ଅଭିଯୋଗ ଦାଖଲ କରିଛନ୍ତି।

ଆଡ୍‌ଭୋକେଟ ପାଣ୍ଡେଙ୍କ କହିବା ଅନୁସାରେ, ୨ଟି ବିଷୟକୁ ଆଧାର କରି ରାହୁଲଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଦାବି କରାଯାଇଛି। ପ୍ରଥମତଃ ରାହୁଲ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ୨ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି। ସୁପ୍ରିମକୋର୍ଟ ଯଦିଓ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି, ମାତ୍ର ଅଫଜଲ ଅନସାରୀଙ୍କ ପରି ରାହୁଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଲଢ଼ିବା ନେଇ କୌଣସି ରାୟ ଶୁଣାଇ ନାହାନ୍ତି। ତେଣୁ ସେ ନିର୍ବାଚନରୁ ଦୂରେଇ ରହିବା ଉଚିତ।

- Advertisement -

ଦ୍ବିତୀୟତଃ ୨୦୦୬ରେ ରାହୁଲ ଥରେ ଦର୍ଶାଇଥିଲେ ଯେ ସେ ବ୍ରିଟିଶ ନାଗରିକ। ତେଣୁ ସାମ୍ବିଧାନିକ ନିୟମ ଅନୁସାରେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ। ତାଙ୍କ ଅଭିଯୋଗକୁ ରିଟର୍ନିଂ ଅଧିକାରୀ ଗ୍ରହଣ କରିଥିବା ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories