ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଭୁବନେଶବର ବିମାନବନ୍ଦରରେ ଜୟଶଙ୍କର ପହଞ୍ଚିବା ପରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ। ରାଜ୍ୟରେ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତମାନେ ଓଡ଼ିଶା ଗସ୍ତ ଜାରି ରଖିଛନ୍ତି। ଜୟଶଙ୍କର ଆଜି ଭୁବନେଶ୍ୱରରେ ବୃଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।
Comments are closed.