www.samajalive.in
Saturday, December 6, 2025
19.1 C
Bhubaneswar

ଜାଲ କଲ୍‍ ସେଣ୍ଟର:ଆମେରିକାରେ ଠକେଇ;୧୨୬ଗିରଫ

ନୂଆଦିଲ୍ଲୀ: ଆମେରିକା ଓ କାନାଡ଼ାର ବିଭିନ୍ନ କ୍ଷେତ୍ରରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ସାଇବର କ୍ରାଇମର ଖିଅ ଖୋଜିବାକୁ ଯାଇ ଏହାର ମୂଳ ଭାରତରୁ ଉଦ୍ଧାର କରିଛି ଏଫବିଆଇ। ଏଫବିଆଇଠାରୁ ସୂଚନା ପାଇଁ ନୋଇଡ଼ା ପୁଲିସ ସେକ୍ଟର ୧୬୩ରେ ଚାଲିଥିବା ଏକ ଜାଲ କଲ ସେଣ୍ଟର ଉପରେ ଚଢଉ କରି ମୋଟ୍‍ ୧୨୬ଜଣଙ୍କୁ ଗିରଫ କରିଛି। ୨୪ଘଣ୍ଟା ଚାଲିଥିବା ଏହି କଲ ସେଣ୍ଟରକୁ ନୋଇଡ଼ା ନିବାସୀ ନରେନ୍ଦ୍ର ପାହୁଜା ଓ ଜିମି ଆସିଜା ପରିଚାଳନା କରୁଥିଲେ। ଉକ୍ତ କଲ ସେଣ୍ଟରଟି ପୂର୍ବରୁ ଗୁରୁଗ୍ରାମରେ ଥିବାବେଳେ ନିକଟରେ ଏହା ନୋଇଡାକୁ ସ୍ଥାନାନ୍ତର ହୋଇଥିଲା। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ପୁଣି ଥରେ ଉକ୍ତ କଲ ସେଣ୍ଟରକୁ ସ୍ଥାନାନ୍ତର କରିବାର ଯୋଜନା ଥିଲା। ଅକ୍ଟୋବର ମାସରେ ନୋଇଡ଼ାକୁ ଆସିଥିବା ଏହି କଲ ସେଣ୍ଟର ଉପରେ ଚଢଉରେ ପାହୁଜା ଓ ଆସିଜା ଫେରାର ହୋଇଯାଇ ଥିବାବେଳେ ଉକ୍ତ କଲ ସେଣ୍ଟରରେ କାର୍ଯ୍ୟରତ ୧୨୬ଜଣ କର୍ମଚାରୀକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଫେରାର ଥିବା ୨ ଅଭିଯୁକ୍ତ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏଭଳି ୫ଟି ଜାଲ କଲ ସେଣ୍ଟର ଖୋଲି ଏହି ଠକେଇରେ ଲିପ୍ତ ଥିବା ସନ୍ଦେହ କରାଯାଉଛି। ତେବେ ପାହୁଜା ଓ ଆସିଜାଙ୍କୁ ପରିଚାଳିତ କରୁଥିବା ବ୍ୟକ୍ତିର ନାମ ଅଦ୍ୟାବଧି ପୁଲିସ ଗୋପନ ରଖିଛି।
ଆମେରିକାର ତଟବର୍ତ୍ତୀ ଅଞ୍ଚଳକୁ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଏଳି ଜାଲ କଲ ସେଣ୍ଟରରୁ କଲ ଯାଉଥିଲା। ଆମେରିକୀୟ ନାଗରିକଙ୍କୁ ଫୋନରେ ସେମାନଙ୍କ ସାମାଜିକ ସୁରକ୍ଷା ନମ୍ବର ଅପବ୍ୟବହାର କରିଥିବାରୁ ଗିରଫ ହେବାର ସମ୍ଭାବନା ରହିଛି ବୋଲି ଧମକ ଦିଆଯାଉ ଥିଲା। ଏହି ଜାଲରେ ଛନ୍ଦି ଅଦ୍ୟାବଧି ୮କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆତ୍ମସାତ କରିଛି ଏହି ଜାଲ କଲ ସେଣ୍ଟର। କେତେବେଳେ ଗ୍ରାହକଙ୍କୁ ବିଦେଶ ଭ୍ରମଣ ପାଇଁ ସୁଲଭ ପ୍ୟାକେଜ, ତ’ କେତେବେଳେ ଟିକସ ଛାଡ଼ ପାଇଁ ସ୍ୱତନ୍ତ୍ର ବୀମା। ଏପରିକି ବ୍ୟକ୍ତିଙ୍କ କମ୍ପ୍ୟୁଟରରେ ଭାଇରସ ଆକ୍ରମଣ କରି ଏହାକୁ ସଜାଡ଼ିବା ପାଇଁ ମୋଟା ଅଙ୍କର ଟଙ୍କା ଆତ୍ମସାତ କରୁଥିଲା ଏହି ଜାଲ କଲ ସେଣ୍ଟର।
ଗିରଫ ହୋଇଥିବା ଅଧିକାଂଶ କର୍ମଚାରୀ ଉତ୍ତର ଭାରତୀୟ ବୋଲି ପୁଲିସ ସୁତ୍ରରୁ ପ୍ରକାଶ। କାରଣ ସେମାନଙ୍କ ଇଂରାଜୀ ଆମେରିକୀୟ ଇଂରାଜୀ ସହ ମେଳ ହେଉଥିବାରୁ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ମଧ୍ୟ ରହିଛନ୍ତି। ଗୁରୁବାର ଅପରାହ୍ଣରେ ପୁଲିସ ପକ୍ଷରୁ ଏହି ଚଢାଉ କରାଯାଇ ଥିବାବେଳେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।
ଏହି ଠକେଇର ମୁଖ୍ୟ କୌଶଳକ୍ରମେ ଆମେରିକୀୟ ସାମାଜିକ ସୁରକ୍ଷା ନମ୍ବର ତଥ୍ୟାବଳୀ ସଂଗ୍ରହ କରି ଏହି ଜାଲ ନେଟୱାର୍କ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଛାଇ ଥିଲା। ଗୁଗୁଳ ପ୍ଲେ ଷ୍ଟେର ଗିଫ୍ଟ କାର୍ଡ଼ ଅଥବା ଆଇ ଟ୍ୱୁନ୍‍ କାର୍ଡ଼ ମାଧ୍ୟମରେ ବିଦେଶୀ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରାଯାଉ ଥିଲା। ପରବର୍ତ୍ତୀ ସମୟରେ ଦୁବାଇ ଓ ଚୀନକୁ ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରାଯାଉ ଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories