www.samajalive.in
Saturday, December 6, 2025
14.1 C
Bhubaneswar

କମିଲା ଜିଏସଟି: ଟିଭି କମ୍ପ୍ୟୁଟର ସମେତ ୬ଟି ସାମଗ୍ରୀ ଶସ୍ତା

ନୂଆଦିଲ୍ଲୀ: ଜିଏସଟି କାଉନସିର ବୈଠକରେ ୨୮ ପ୍ରତିଶତରୁ ଅଧିକ ବର୍ଗରେ ରଖାଯାଇ ଥିବା ୩୩ଟି ସାମଗ୍ରୀ ମଧ୍ୟରୁ ୬ଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯାଇ ୧୮ ପ୍ରତିଶତ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ଗାଡ଼ି ଯନ୍ତ୍ରାଂଶ, ଟିଭି, କମ୍ପ୍ୟୁଟର, ଟାୟାର ପରି ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ। ସେହିପରି ବିଳାଶପୂର୍ଣ୍ଣ ସାମଗ୍ରୀକୁ ୨୮ପ୍ରତିଶତ ଟିକସ ବର୍ଗରେ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କାଉନସିଲର ଆଗାମୀ ବୈଠକ ଜାନୁୟାରୀ ୨୦୧୯ରେ ହେବ।
ବୈଠକରେ ୨୮ପ୍ରତିଶତ ବର୍ଗରୁ ବାହାର କରାଯାଇ ଥିବା ସାମଗ୍ରୀକୁ କଂଗ୍ରେସ ଶାସିତ ରାଜ୍ୟ ପକ୍ଷରୁ ବିରୋଧ କରାଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଏହି ବୈଠକର ନିଷ୍ପତ୍ତିକୁ ବିରୋଧ କରିଛି।
ସେହିପରି ସିଗାରେଟ ଓ ତମାଖୁ ଜାତୀୟ ସାମଗ୍ରୀ ଉପରେ କୌଣସି ଛାଡ଼ କରାଯାଇ ନାହିଁ। ସେହିପରି ବିମାନ ଓ ବିଳାଶପୂର୍ଣ୍ଣ ଗାଡ଼ି ଟିକସ ହାରରେ କୌଣସି ଛାଡ଼ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories