www.samajalive.in
Saturday, December 6, 2025
26.1 C
Bhubaneswar

୩ଫୁଟ୍‍ ପର୍ଯ୍ୟନ୍ତ ବଢିପାରେ ସମୁଦ୍ର ପତ୍ତନ

ନୂଆଦିଲ୍ଲୀ: ଭାରତରେ ସମୁଦ୍ର ପତ୍ତନ ୩ଫୁଟ ପର୍ଯ୍ୟନ୍ତ ବଢିବାର ଆଶଙ୍କା ପ୍ରକାଶ କରିଛନ୍ତି ସରକାର। ବିଶ୍ୱ ତାପନ ହେତୁ ସମୁଦ୍ର ପତ୍ତନରେ ଏଭଳି ବ୍ୟାପକ ପରିବର୍ତ୍ତନ ଆଶଙ୍କା କରାଯାଉଛି। ଏହାର ପରିଣାମ ହେତୁ ସମୁଦ୍ର ଉପକୂଳ ଅଞ୍ଚଳରେ ୩.୫ଇଞ୍ଚରୁ ୩୪ଇଞ୍ଚ ପର୍ଯ୍ୟନ୍ତ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସରକାରୀ ବିଭାଗ। ମୁମ୍ବଇ ଓ ପୂର୍ବ ଭାରତର ସମୁଦ୍ର ତଟକୁ ଗବେଷଣା ପରିସରଭୁକ୍ତ କରି ବୈଜ୍ଞାନିକମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ହାଇଦ୍ରାବାଦସ୍ଥିତ ଇଣ୍ଡିୟାନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫରମେସନ ସର୍ଭିସ ଦ୍ୱାରା ହୋଇଥିବା ଏହି ଗବେଷଣାରେ ସମୁଦ୍ର ପତ୍ତନ ବୃଦ୍ଧି ସମ୍ପର୍କିତ ପ୍ରମାଣ ମିଳିଛି। କେନ୍ଦ୍ର ସରକାର ମଧ୍ୟ ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଦକ୍ଷିଣ ମୁମ୍ବଇର ସମୁଦ୍ର ତଟ, ଗୁଜରାଟର କଛ ଓ ଦକ୍ଷିଣ କେରଳର ସମୁଦ୍ର ତଟ ଏଥିରେ ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଏହାର ପ୍ରଭାବ ସିଧାସଳଖ ଭାରତରେ ଖାଦ୍ୟସାମଗ୍ରୀ ଉପରେ ଦୃଶ୍ୟମାନ ହେବ। ସମୁଦ୍ରରେ ଜିବିକା ନିର୍ବାହ କରୁଥିବା ମତ୍ସଜୀବୀଙ୍କଠାରୁ ଆରମ୍ଭ କରି ନଦୀର ମତ୍ସଜୀବୀ ଏଥିରେ ପ୍ରଭାବିତ ହେବେ।ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଦେଶର ଦକ୍ଷିଣାଞ୍ଚଳରେ ନଦୀଗୁଡ଼ିକ ବନ୍ୟାଜଳ ନିଷ୍କାସନରେ ବିଳମ୍ବିତ ହେବ। ଫଳରେ ସମୁଦ୍ର ପତ୍ତନ ସହ ତାଳ ଦେଇ ନଦୀ ପତ୍ତନରେ ମଧ୍ୟ ବୃଦ୍ଧି ଘଟିବ। ଗଙ୍ଗା, କୃିଷ୍ନା, ଗୋଦାବରୀ ଓ ମହାନଦୀ ପରି ନଦୀ ଉପରେ ଏହାର ପ୍ରଭାବ ପରିଲକ୍ଷୀତ ହେବ। ତେଣୁ ସରକାରଙ୍କ ପକ୍ଷରୁ ସମୁଦ୍ରର ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories