www.samajalive.in
Saturday, December 6, 2025
14.1 C
Bhubaneswar

ରାଏବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଥିରୁ ଲଢ଼ିବେ କିଶୋରୀଲାଲ

ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ। ତେଣୁ ଏଥର ସେ ଆମେଥି ବଦଳରେ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ଏ ସମ୍ପର୍କରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ଆଜି ମଧ୍ୟାହ୍ନ ୧୨ଟା ୧୫ରେ ରାହୁଲ ରାଏବରେଲୀ ଯାଇ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଏବଂ ପ୍ରିୟଙ୍କା ଗାନ୍ଧୀ ସ୍ୱତନ୍ତ୍ର ବିମାନ ଯୋଗେ ରାଏବରେଲୀ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଗତ ଗୁରୁବାର ଏହି ଆସନରୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ଦିନେଶ ସିଂହଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ରାହୁଲ ରାଏବରେଲୀରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନୀଙ୍କଠାରୁ ରାହୁଲ ପରାଜିତ ହୋଇଥିଲେ। ମାତ୍ର କେରଳର ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଥିବା ରାହୁଲ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ରାହୁଲଙ୍କୁ ଦଳ ପୁନର୍ବାର ଆମେଥିରୁ ପ୍ରାର୍ଥୀ ନ କରି ରାଏବରେଲୀରୁ ପ୍ରାର୍ଥୀ କରିଛି। ଆମେଥିରେ ଏଥର କଂଗ୍ରେସ ପକ୍ଷରୁ କିଶୋରୀଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। କିଶୋରୀଲାଲ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ପ୍ରତିନିଧି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories