www.samajalive.in
Friday, December 12, 2025
16.1 C
Bhubaneswar

ବନ ବିଦ୍ୟାଳୟ ସ୍ମାରକୀ କ୍ଷତିଗ୍ରସ୍ତ 

ସାକ୍ଷୀଗୋପାଳ: ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ ପରିସରରେ ଥିବା ଐତିହାସିକ ସିମେଣ୍ଟ ବେଞ୍ଚଟି କ୍ଷତିଗ୍ରସ୍ତ ହୋଇଛି। ବନ ବିଦ୍ୟାଳୟ ପରିସରରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ହେଉଅଛି। ମରାମତି ସମୟରେ କୌଣସି ଏକ ଗାଡି ଧକ୍କାରେ ଏହି ସିମେଣ୍ଟ ବେଞ୍ଚଟି ଭାଙ୍ଗି ଯାଇଅଛି।
୧୯୦୯ ମସିହାରେ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ସତ୍ୟବାଦୀର ଏହି ବକୁଳ ବନ ପରିସରରେ ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
ତତ୍କାଳୀନ ସମୟରେ ଏହି ବନ ବିଦ୍ୟାଳୟ ପରିସରରେ ନିର୍ମିତ ୩ ଗୋଟି ସିମେଣ୍ଟ ଚୌକି ଓ ୧  ଗୋଟି ସିମେଣ୍ଟ ବେଞ୍ଚ ଆଜି ପର୍ଯ୍ୟନ୍ତ ବନ ବିଦ୍ୟାଳୟର ସ୍ମାରକୀ ଭାବରେ ରହିଅଛି। ଏହି ସ୍ମାରକୀ ମାନଙ୍କ ମଧ୍ୟରୁ ସିମେଣ୍ଟ ବେଞ୍ଚଟି କ୍ଷତିଗ୍ରସ୍ତ ହୋଇଛି। ଏହି ସିମେଣ୍ଟ ବେଞ୍ଚରେ ପଞ୍ଚସଖା ଏକାଠି ବସି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରୁଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories