www.samajalive.in
Sunday, December 7, 2025
23.1 C
Bhubaneswar

ଏପଟେ ଝାଞ୍ଜି ସେପଟେ ବିଦ୍ୟୁତ କାଟ- ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଆଇନଜୀବୀ

ଟିଟିଲାଗଡ଼ – ଟିଟିଲାଗଡ଼ ସହରରେ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁଲାଣି। ଲୋକେ ପ୍ରଚଣ୍ଡ ଗରମରେ ତ୍ରାହି ତାହି ଡାକ ଛାଡ଼ୁଛନ୍ତି। ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।

ସକାଳ ୭ଟାରୁ ତାପମାତ୍ରା ବୃଦ୍ଧି ହୋଇ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଝାଞ୍ଜି ପବନ ବହୁଛି । ଘର କାନ୍ଥ, ଆସବାବ ପତ୍ର ସହ , ପାନୀୟ ଜଳ ତାତୁଛି । ପୂର୍ବାହ୍ନ ୧୦ଟାରୁ ତାତି ନେଇ ସହର ଖାଁ ଖାଁ ଲାଗୁଛି। ହେଲେ ନିୟମିତ ଅନ୍ତରରେ ବିଦ୍ୟୁତ କାଟ ନେଇ ଲୋକଙ୍କ ଘରେ ମଧ୍ୟ ଆଶ୍ବସ୍ତି ନାହିଁ। ରାତ୍ରୀ ସାରା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

- Advertisement -

ବିଦ୍ୟୁତ ଭଳି ଜରୁରୀ ସେବାର ଜନ ସମସ୍ୟା ନେଇ ଟିଟିଲାଗଡ଼ ବାର ସଂଘ ପକ୍ଷରୁ ସଭାପତି ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ କମ୍ପାନୀ ଟାଟା ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତଙ୍କୁ ଘେରିଥିଲେ। ଏଭଳି ଅବହେଳା ଜାରି ରହିଲେ ଆଗକୁ ଆନ୍ଦୋଳନର ରାସ୍ତା ଗ୍ରହଣ କରାଯିବ ବୋଲି ଆଇନଜୀବୀ କହିଛନ୍ତି। ସମସ୍ୟାର ସ୍ଥାୟୀ ନିରାକରଣ ନେଇ ଟିଟିଲାଗଡ଼ ଠାରେ ପ୍ରସ୍ତାବିତ ୧୩୩କେଭି ବିଦ୍ୟୁତ ଗ୍ରୀଡ଼ ସ୍ଥାପନ ପାଇଁ ଦାବୀ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories