www.samajalive.in
Wednesday, December 10, 2025
23.1 C
Bhubaneswar

ସେଦିନ ବିରୋଧ, ଆଜି କୋଳାକୋଳି

ଫୁଲବାଣୀ: ସେଦିନ ହୋଇଥିଲା ତୀବ୍ର ବିରୋଧ, କିନ୍ତୁ ଆଜି ନାମାଙ୍କନ ଦିନରେ ବେସ୍‌‌ କୋଳାକୋଳି ହୋଇଥିବାର ଦୃଶ୍ୟ ଦେଖାଯାଇଛି। ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି କନ୍ଧମାଳ ଜିଲାର ସମସ୍ତ ତିନୋଟି ଯାକ ନିର୍ବାଚନ ମଣ୍ଡଳିରେ ନିର୍ବାଚନ ଉଷ୍ମତା ବେସ୍‌‌ ବୃଦ୍ଧି ପାଇବାରେ ଲାଗିଛି। ଗତ ଦିନରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ଘୋଷଣା ପରେ ପରେ ବିଶେଷ କରି ଫୁଲବାଣୀରେ ବିଦ୍ରୋହର ସ୍ୱର ଉଠିଥିବା ବେଳେ ଏକାଧିକ ନେତା ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଆଗରେ ବିରୋଧ କରିବା ସହିତ ତୁରନ୍ତ ପ୍ରାର୍ଥୀ ବଦଳାଇବାକୁ ଦାବି କରିଥିଲେ। ଏପରିକି ପ୍ରାର୍ଥୀ ନ ବଦଳାଇଲେ ଲକ୍ଷ୍ମଣସେନା ନାମରେ ପ୍ରାର୍ଥୀ ପ୍ରଦାନ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। କେବଳ ସେତିକି ନୁହେଁ, ପରବର୍ତ୍ତି ସମୟରେ ମଧ୍ୟ ସୁକାନ୍ତ ପାଣିଗ୍ରାହୀଙ୍କୁ ବିରୋଧ କରି ତାଙ୍କର କୁଶପୁତଳିକା ମଧ୍ୟ ଦାହ କରିବା ସହିତ ବିରୋଧ ଜାରି ରହିବ ବୋଲି ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ ମତ ଦେଇଥିଲେ। ତେବେ ଗତ ଦିନରେ ଯେଉଁମାନେ ବିରୋଧ କରୁଥିଲେ ଆଜି ସେହି ନେତାମାନେ ଆଗଧାଡ଼ିରେ ରହି ବିଜେପି ଜିନ୍ଦାବାଦ୍‌‌ କରୁଥିବାର ଦୃଶ୍ୟ ବେଶ୍‌‌ ଲୋକଙ୍କ ଆଲୋଚନାର ବିଷୟ ହୋଇଥିଲା। ସେହି ନେତାମାନେ ନାମାଙ୍କନ ପତ୍ର ଦାଖଲର ଏକାଧିକ ଦାୟିତ୍ୱରେ ରହି ମଧ୍ୟ ଦାୟିତ୍ୱ ତୁଲାଉଥିଲେ।

ଏପରିକି ଉଭୟ ବିଧାୟକ ଓ ସାଂସଦ ପାର୍ଥୀ ଯେଉଁ ଖୋଲା ପ୍ରଚାର ଗାଡ଼ିରେ ଆସିଥିଲେ, ସେହି ଗାଡ଼ିରେ ମଧ୍ୟ ସେଦିନ ବିରୋଧ କରୁଥିବା ବହୁ ନେତା ଓ ନେତ୍ରୀମାନେ ହାତଜୋଡ଼ି ବସିବା ସହିତ ବିଜେପି ପାର୍ଥୀଙ୍କୁ ଭୋଟ ଦେବାକୁ ମଧ୍ୟ ନିବେଦନ କରୁଥିବାର ଦେଖାଯାଇଛି। ତେବେ ଗତ ଦଳ ପକ୍ଷରୁ ପାର୍ଥୀ ଘୋଷଣା ପରେ ଦଳ ପକ୍ଷରେ ଯେଉଁ ଅସନ୍ତୋଷ ଲାଗିରହିଥିଲା ସେଥିରେ ବରିଷ୍ଠ ମାନଙ୍କର ହସ୍ତକ୍ଷେପ ପରେ ଏକ ପ୍ରକାର ଶାନ୍ତ ପଡ଼ିଛି ବୋଲି ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ସବୁ ନେତାଙ୍କର ସାମିଲ୍‌‌କୁ ନେଇ ମଧ୍ୟ ଆଲୋଚନା ଜୋର ଧରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories