www.samajalive.in
Friday, December 12, 2025
15.1 C
Bhubaneswar

ଗଛରେ ପିଟି ହେଲା ସ୍କର୍ପିଓ, ସ୍ବାମୀ ସ୍ତ୍ରୀ ମୃତ

ଫୁଲବାଣୀ,ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ସତସଙ୍ଗ ବିହାର ନିକଟରେ ଏକ ସ୍କର୍ପିଓ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇକିଆ ଟିଚର କଲୋନୀର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁବାସ ସିଂ ଓ ତାଙ୍କ ପତ୍ନୀ ନଳିନୀ ନାୟକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଏହି ଦମ୍ପତି ଆନ୍ଧ୍ର ପ୍ରଦେଶରେ ପାଠ ପଢୁଥିବା ତାଙ୍କ ଏକମାତ୍ର ଝିଅକୁ ଛାଡିବା ପାଇଁ ବ୍ରହ୍ମପୁର ଯାଇଥିଲେ। ବ୍ରହ୍ମପୁର ଷ୍ଟେସନରେ ଝିଅକୁ ଛାଡି ଫେରୁଥିବା ବେଳେ ବେଳେ ଦିନ ପ୍ରାୟ ଗୋଟାଏ ବେଳେ ରାଇକିଆ ସତସଙ୍ଗ ବିହାର ନିକଟରେ ଗାଡି ଭାରସାମ୍ୟ ହରାଇ୍ ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ଦେଇଥିଲା। ଫଳରେ ଉଭୟେ ଗୁରୁତର ହୋଇଥିଲେ।

- Advertisement -

ଖବର ପାଇ ରାଇକିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର ପରେରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ଟାଉନ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଏଏସଆଇ ବାଳକୃଷ୍ଣ ସ୍ବାଇଁ ସୂଚନା ଦେଇଛନ୍ତି।

ସୁବାସ ପ୍ରଶାସନିକ ଅଧିକାରୀ ଭାବେ ସରକାରୀ ଚାକିରୀରୁ ଅବସର ନେଇଥିବା ବେଳେ ନଳିନୀ ରାଇକିଆ ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଥିଲେ। ଏହି ଘଟଣାକୁ ନେଇ ସମଗ୍ର ଜିଲା ସମେତ ରାଇକିଆ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories