www.samajalive.in
Sunday, December 14, 2025
26.1 C
Bhubaneswar

ନନ୍ଦନକାନନରେ ଆତଙ୍କରାଜ: ଦୁଇ ଗିରଫ

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କରାଜ ଘଟଣାରେ ଦୁଇ ଗିରଫ। ଉପନିର୍ଦେଶକଙ୍କ ଅଫିସରେ ପଶି ଦୁଇ ଦୁର୍ବୁତ୍ତ ଭଙ୍ଗାରୁଜ୍ଜା କରି ଗିରଫ ହୋଇଛନ୍ତି। ବିଳମ୍ବିତ ରାତିରେ ନନ୍ଦନକାନନ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ଅଫିସ ଭିତରେ ପଶି ଭଙ୍ଗାରୁଜ୍ଜା , ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୁତ୍ତ ମାନେ ନନ୍ଦନକାନନ ହସ୍ପିଟାଲରେ ବି ଭଙ୍ଗାରୁଜ୍ଜା କରିଥିବା ସୂଚନା ମିଳିଛି। ଟେବୁଳ , ଟିଭି, ଲାପଟପ୍ ଓ କମ୍ପୁଟର ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି। ଦୁର୍ବୁତ୍ତଙ୍କ ଉତ୍ପାତ୍ତ ଦେକି ଅଧିକାରୀମାନେ ଜୀବନ ବଞ୍ଚାଇବା ପାଇଁ ରାହା ଖୋଜିଥିଲେ। ଜଣେ କର୍ମଚାରୀ ନନ୍ଦନକାନନ ଥାନାକୁ ଫୋନ୍ କରି ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ କୁ ଦେଖି ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories