www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନ ପ୍ରଚାର ପାଇଁ ଟିକିରି ଗସ୍ତ କରିବେ ନବୀନ

ରାୟଗଡ଼ା: ନିର୍ବାଚନ ପ୍ରଚାର ପାଇଁ ମଇ ୪ ତାରିଖରେ ରାୟଗଡ଼ା ଜିଲା ଟିକିରିଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାୟଗଡ଼ା ନିର୍ବାଚନମଣ୍ଡଳୀ ଅଧୀନ କାଶୀପୁର ବ୍ଲକ ଅଞ୍ଚଳର ଭୋଟ ଅଙ୍କ ସବୁଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ଅଭିମାନ କରିଥିବା କାଶୀପୁରବାସୀଙ୍କ ମାନଭଞ୍ଜନ ପାଇଁ ଶ୍ରୀ ପଟ୍ଟନାୟକ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ହୋଇଥିବା ଦଳୀୟ ସର୍ଭେ ରିପୋର୍ଟ ଅନୁସାରେ ଉକ୍ତ ବ୍ଲକରେ ବିଜେଡିର ଭୋଟହାର ହ୍ରାସ ପାଇଥିବା କୁହାଯାଉଛି। ୨୦୧୯ ନିର୍ବାଚନରେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ବହୁ ଭୋଟରେ ହାରିବା ଏବଂ ସ୍ବାଧୀନ ପ୍ରାର୍ଥୀ ଜିତିବା ବିଜେଡି ପାଇଁ ଚିନ୍ତାର ବିଷୟ ହୋଇଥିଲା। ସ୍ବାଧୀନ ପ୍ରାର୍ଥୀ ଜିତିବା ପଛରେ ଅସନ୍ତୁଷ୍ଟ ତଥା ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଥିଲା ବୋଲି ଆଲୋଚନା ହେଉଛି। କାଶୀପୁର ଅଞ୍ଚଳରେ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପାଞ୍ଚ ବର୍ଷ ପରେ ମଧ୍ୟ ପୂରଣ ହୋଇପାରି ନାହିଁ। ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତା ସଂଯୋଗ ପାଇଁ ଅହରହ ସଙ୍ଘର୍ଷ କରୁଥିବା ଅଞ୍ଚଳର ଅନେକ ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇ ସାରିଛନ୍ତି। ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଅନସୂୟା ମାଝୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦଳ ପକ୍ଷରୁ ରଣନୀତି ଆରମ୍ଭ ହୋଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories