mission shakti banner

ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

BSKY banner  750×100

ଭୁବନେଶ୍ବର: ଆଉ ୩ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଭୋଗରାଇ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆ ବିଧାନସଭା ଆସନ ପାଇଁ ପ୍ରଦୀପ ସାହୁଙ୍କୁ ବିଜେଡି ଟିକଟ ଦେଇଛି।

ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୩ଟି ଆସନରୁ ୨ ବିଧାୟକଙ୍କ ଟିକଟ କଟିଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥଙ୍କ ଟିକଟ କଟିଥିବାବେଳେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକଟ କଟିଲା। ନିଜ ପୁଅ ପାଇଁ ଟିକଟ ଲବି କରୁଥିଲେ ଅନନ୍ତ ଦାସ।


ବିଜେଡି ପକ୍ଷରୁ ଆଉ ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ପାଇଁ ବିଧାନସଭା ପ୍ରାର୍ଥୀ ନିମନ୍ତେ ଘୋଷଣା ବାକି ରହିଛି।

Comments are closed.