ଜାଣନ୍ତୁ ଆଜି ରାଶି ଅନୁସାରେ କେମିତି ରହିବ ଆର୍ଥିକ ସ୍ଥିତି: ଶୁକ୍ରବାର ରାଶିଫଳ

ମେଷ: ଭାବ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ିଲେ ବି ଯେପରି ନୈତିକ ମୂଲ୍ୟବୋଧର ଅଧପତନ ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସୁସ୍ଥ ଜୀବନ ବିତାଇବେ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଆନନ୍ଦ ଦାୟକ ହେବ। ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ପରୋପକାରରେ ନିଜକୁ ସାମିଲ କରିପାରନ୍ତି।
ମିଥୁନ: ବିଦ୍ୟା ବିବାଦେନ; ମାତ୍ର ବିନୟଭାବ ରଖିପାରିଲେ ବିଦ୍ୟା ଅଧିକ ମୂଲ୍ୟବାନ୍‌ ହେବା ସହିତ ଦିଗ୍‌ଦ୍ରଷ୍ଟା ହେବ। ସହନଶୀଳ ବିଦ୍ୟା ବଳରେ ଶତ୍ରୁର ମନ କିଣି ତାକୁ ମିତ୍ରଭାବେ ଆଦରି ନେଇପାରନ୍ତି।
କର୍କଟ:ସଂସାରରେ ବଞ୍ଚି ରହିବାକୁ ହେଲେ ଦେବତା, ବ୍ରାହ୍ମଣ, ଗୁରୁ, ଜ୍ଞାନୀଜନଙ୍କ ପୂଜନ, ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଓ ଅହିଂସାକୁ ପାଥେୟ କରିବାକୁ ପଡ଼ିବ। ଧନ ପ୍ରାପ୍ତିର ସୁଯୋଗ ରହିଛି।
ସିଂହ: ଯେଉଁ କଠିନ ଓ କଷ୍ଟଦାୟକ କାର୍ଯ୍ୟକୁ କେହି କରିବାର ପଶ୍ଚାତ୍‌ପଦ ହୁଅନ୍ତି, ସେହି କାର୍ଯ୍ୟ ଆପଣଙ୍କ ଦ୍ବାରା ସୁସମ୍ପାଦିତ ହେବ ଓ ତା’ର ଉଚିତ ମୂଲ୍ୟ ପାଇଁ ହର୍ଷୋତ୍‌ଫୁଲ ହୋଇପାରନ୍ତି। ଜ୍ଞାନାଲୋକ ବଣ୍ଟନ କରିବେ।
କନ୍ୟା:ଅଣ ଉଦିଆ ପ୍ରାତଃକାଳର ଯାତ୍ରା ଶୁଭଦାୟକ ହେବ। ଅର୍ଥଦାତାଙ୍କଠାରୁ ଧନଲାଭର ସୁଯୋଗ ହାତଛଡ଼ା କରିବେ ନାହିଁ। ଦେବ ଦର୍ଶନ ମିଳିବ। ଅଶାନ୍ତିର ବିଲୋପ ଘଟିବ। ସରକାରୀ ସ୍ତରରୁ ଲାଭ ପ୍ରାପ୍ତ ହେବେ।
ତୁଳା: ତ୍ୟାଗଶୀଳ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ଆପଣଙ୍କ ମନର ଅନ୍ତରାଳରେ ଥିବା ଏକ ଆତ୍ମବଳ ରୂପକ ସୁଲକ୍ଷଣ ଆୟର ମାର୍ଗକୁ ଉନ୍ମୁକ୍ତ କରି ଧନବାନ୍‌ କରିପାରେ। ସୁସ୍ଥ ଜୀବନ ବିତାଇବେ।
ବିଛା: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଆୟର ମାତ୍ରା ବଢ଼ାଇ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ।
ଧନୁ: ଏକାନ୍ତ ମୌନାବତାରର ତପ ସାଧନା ଫଳବତୀ ହେବ। ସୁମଧୁର ଭାଷା ଓ ଭଦ୍ରୋଚିତ ବ୍ୟବହାର ଦ୍ବାରା ପରକୁ ଆପଣାର କରିବେ। ବୈଷୟିକ କାର୍ଯ୍ୟରେ ଏକାନ୍ତ ନିରୀକ୍ଷଣ ଚକ୍ଷୁ ଯନ୍ତ୍ରଣାର କାରଣ ହେବ।
ମକର: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ମହତ୍‌ ପ୍ରୟାସୀ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଧନ୍ୟବାଦାର୍ହ ହୋଇପାରନ୍ତି। ସତ୍‌କର୍ମ ପାଇଁ ରାଜକୃପା ଲାଭ କରିବେ। ଅର୍ଥ ପ୍ରାପ୍ତ କରିପାରନ୍ତି।
କୁମ୍ଭ:କର୍ମଠ ଓ କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ପଡ଼ୋଶୀଙ୍କ ସହଯୋଗରେ ସେବା କାର୍ଯ୍ୟକୁ ଆଗେଇ ନେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ମୀନ: କ୍ଷମତାର ସୁୁଉପଯୋଗ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯିବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ। ପରୋପକାରରେ ନିଜକୁ ସାମିଲ କରିବେ। ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରି ସଫଳ ହେବେ।

Comments are closed.