www.samajalive.in
Sunday, December 14, 2025
19.1 C
Bhubaneswar

ଆଗାମୀ ୪୮ ଘଣ୍ଟା ମଦ ବିକ୍ରି ମନା, ବନ୍ଦ ରହିବ ଦୋକାନ ଓ ବାର୍

ଲକ୍ଷ୍ନୌ : ୟୁପିର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ବୁଧବାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ପଶ୍ଚିମ ୟୁପିର ୮ ଆସନରେ ମତଦାନ ହେବ । ଏହାକୁ ନେଇ ଆଜି ସନ୍ଧ୍ୟାରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ମଦ ଦୋକାନ ଏବଂ ବାର୍ ବନ୍ଦ ରହିବ । ଏହି ଜିଲାରେ ଆଗାମୀ ୨ ଦିନ ଡ୍ରାଇ ଡେ ଭଳି ପରିସ୍ଥିତି ରହିବ  । ଗୌତମବୁଦ୍ଧ ନଗରର ଜିଲା ଅବକାରୀ ଅଧିକାରୀ ସୁବୋଧ କୁମାର ଶ୍ରୀବାସ୍ତବ ଜଣାଇଛନ୍ତି କି ନିର୍ବାଚନୀ ଅଞ୍ଚଳରେ ମଦ ଦୋକାନ ବନ୍ଦ ରହିବ ।

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର

- Advertisement -

ଜିଲା ଅବକାରୀ ଅଧିକାରୀ କହିଛନ୍ତି କି ନିର୍ବାଚନ ଆୟୋଗଙ୍କ ଆଦେଶ ପାଳନ କରାଯିବ । ଆଗାମୀ ୨୪ ଘଣ୍ଟା ସମସ୍ତ ବିୟର ବାର୍ ବନ୍ଦ ରହିବ । ନିୟମ ଉଲ୍ଲଙ୍ଘନ କଲେ ଜେଲ୍ ସହ ଜରିମାନା ହେବ । ନିର୍ବାଚନକୁ ଧ୍ୟାନରେ ରଖି ନୋଏଡା ଏବଂ ଗ୍ରେଟର ନୋଏଡାରେ ମଦ ବିକ୍ରି ଉପରେ ନଜର ରଖାଯାଇଛି । ବନ୍ଦ ସମୟରେ କେହି ବେଆଇନ ଭାବେ ମଦ ବିକୁଥିବା ନଜର ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦ୍ବିତୀୟ ପର୍ଯ୍ୟାୟରେ ୟୁପିର ୮ ଆସନର ମତଦାନ ହେବ । ଏଥିରେ ଅମରୋହା, ମିରଠ, ବାଗପତ, ଗାଜିୟାବାଦ, ଗୌତମବୁଦ୍ଧନଗର, ବୁଲନ୍ଦସହର, ଅଲ୍ଲୀଗଡ ଏବଂ ମଥୁରା ସାମିଲ । ଅର୍ଥାତ୍ ଆଗାମୀ ୪୮ ଘଣ୍ଟା ଏହି ସହରରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories