www.samajalive.in
Sunday, December 14, 2025
26.1 C
Bhubaneswar

ନାମାଙ୍କନପତ୍ର ଦାଖଲ କଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର ତଥା ଗୁଣୁପୁର ଉପଜିଲାପାଳ ଙ୍କ ନିକଟରେ ଆଜି ଦାଖଲ କରିଛନ୍ତି । ଏହି ଅବସରରେ ଗୁଣୁପୁର ବିଧାୟକ ତଥା ବର୍ତ୍ତମାନ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କ ନେତୃତ୍ୱରେ ନିଜର ଆଧିପତ୍ୟ ଜାହିର କରିଛି ବିଜେଡ଼ି । ଦଳ ପକ୍ଷରୁ ଆଜି ଆଖି ଝଲସିଗଲା ଭଳି ଶୋଭାଯାତ୍ରା କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଯୋଗଦାନ କରି ଶୋଭାଯାତ୍ରା ରେ ବିଜେଡି ଜିନ୍ଦାବାଦ, ହେ ନବୀନ ବାବୁ ଆମେ ତୁମ ଫ୍ୟାନ, ଏବଂ ଜୟ ଜଗନ୍ନାଥ ନାରବାଜିରେ ସହର ପ୍ରକମ୍ପିତ ହୋଇଥିଲା।
ସମାରୋହରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଧୀର ଦାସ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ,ରାଜ୍ୟ ଛାତ୍ର ଜନତା ଦଳର ଉପସଭାପତି ବିଷ୍ଣୁ ପଣ୍ଡା, ବ୍ଲକ ଯୁବ ସଭାପତି ଭାଷା ଶତପଥି, ଗୁଣୁପୁର ନଗର ସଭାପତି ରାମ ପଣ୍ଡା ଗୁଣୁପୁର ପୌର ପରିଷଦର  ବିଜେଡ଼ି କାଉନସିଲର, ଦେବୀପ୍ରସାଦ ଆଚାର୍ଯ୍ୟ, ଭାଗିରଥି ବିଷୋୟୀ, ଶିବ କୁମାର ପାଢୀ ବିଜେଡିର ସମସ୍ତ କାଉନସିଲର, ବିଜେଡି କର୍ମୀଙ୍କ ସମେତ ପ୍ରତି ପଞ୍ଚାୟତର ବିଜେଡ଼ି ପ୍ରେମୀ ଯୋଗ ଦେଇଥିଲେ।
ଉଲ୍ଲେଖଥାଉ କି ଆଜିର ବିଶାଳ ଜନ ସମାଗମ ବିରୋଧୀ ଙ୍କୁ ଚକମା ଦେବାରେ ସହାୟକ ହୋଇପାରେ।  ଚଳିତ ସାଧାରଣ ନିର୍ବାଚନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ପୁଣି ଶଙ୍ଖନାଦ କରିବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ କଲ୍ୟାଣ ଯୋଜନା, ବିକାଶ ମୂଳକ କାର୍ଯ୍ୟ କୁ ନେଇ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ରଘୁନାଥ ଗମାଙ୍ଗ କହିଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories