www.samajalive.in
Saturday, December 6, 2025
26.1 C
Bhubaneswar

ଏ ହେଉଛନ୍ତି ଚଳିତ ଲୋକସଭା ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ; ଚମକାଇ ଦେବ ସମ୍ପତ୍ତି ପରିମାଣ

ଅମରାବତୀ: ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ପି.ଚନ୍ଦ୍ର ଶେଖର ସବୁଠାରୁ ଧନୀ ପ୍ରାର୍ଥୀଭାବେ ମାନ୍ୟତାଲାଭ କରିଛନ୍ତି। ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଚନ୍ଦ୍ର ଶେଖରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୫୭୮୫ କୋଟି ଟଙ୍କା ବୋଲି ଜଣାପଡିଛି। ଚନ୍ଦ୍ର ଶେଖରଙ୍କ ନିକଟରେ ୨୪୪୮.୭୨ କୋଟିର ସମ୍ପତ୍ତି ଥିବାବେଳେ ପତ୍ନୀ ଶ୍ରୀରତ୍ନାଙ୍କ ସମ୍ପତ୍ତି ପରିମାଣ ୨୩୪୩.୭୮ କୋଟି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଚନ୍ଦ୍ର ଶେଖରଙ୍କ ସନ୍ତାନଙ୍କ ନିକଟରେ ପ୍ରାୟ ୧୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା କୁହାଯାଇଛି। ତେବେ ଚନ୍ଦ୍ର ଶେଖରଙ୍କ ପରିବାର ଉପରେ ୧୧୩୮ କୋଟି ଟଙ୍କାର ବ୍ୟାଙ୍କ ଋଣ ଥିବା ସେ ସ୍ବୀକାର କରିଛନ୍ତି। ଡାକ୍ତରରୁ ରାଜନେତା ପାଲଟିଥିବା ଚନ୍ଦ୍ର ଶେଖର ୨୦୧୦ରୁ ଟିଡିପି ସହ ସଂପୃକ୍ତ ଅଛନ୍ତି। ସୂଚନାଯୋଗ୍ୟ ଏଡିଆର (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ) ତରଫରୁ ପୂର୍ବରୁ ପ୍ରକାଶିତ ରିପୋର୍ଟରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ନକୁଲ ନାଥ (ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର) ୭୧୭ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ପ୍ରାର୍ଥୀ ବିବେଚିତ ହୋଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories