www.samajalive.in
Sunday, December 14, 2025
19.1 C
Bhubaneswar

ସ୍କୁଟି ସହ ମୋଟର ସାଇକେଲ ଧକ୍କା: ଜଣେ ମୃତ, ପୁଲିସର ତଦନ୍ତ ଆରମ୍ଭ

ଗୋପାଳପୁର:ଗୋଳନ୍ଥରା ଥାନା  ଅଧିନସ୍ଥ ଟାମଣା ଛକ ନିକଟରେ ସ୍କୁଟି ସହିତ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କଙ୍କିଆ ଗ୍ରାମର ରାମ ଚନ୍ଦ୍ର ରାଉଳ (୭୧)  ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ କଙ୍କିଆ ଗ୍ରାମ ରାମ ଚନ୍ଦ୍ର କୋଣସି କାମରେ  ଟାମଣା ଛକକୁ ସକାଳେ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟି ରେଘରକୁ ଫେରୁଥିବା ବେଳେ ଟାମଣା ନିକଟରେ ଥିବା ପେଟ୍ରୋଲ ପମ୍ପ ଠାରେ ଏକ ମୋଟର ସାଇକେଲ ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା।  ଫଳରେ ରାମଚନ୍ଦ୍ର ରାସ୍ତା ଉପରେ କଚାଡି ହୋଇ ପଡିଯାଇଥିଲେ । ଦୁର୍ଘଟଣା ପରେ ପରିବାର ଲୋକ ରାମଚନ୍ଦ୍ରଙ୍କୁ  ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତକଙ୍କ ପୁଅ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନ ୧୯୧/୨୪ ରେ ଦୁର୍ଘଟଣା ମାମଲା ରୁଜୁ କରିଛି । ରାମଚନ୍ଦ୍ରଙ୍କ ମୃତଦେହକୁ ବ୍ୟବଛେଦ କରିବା ସହ  ପରିବାର ଲୋକକୁ ହସ୍ତାନ୍ତର କରିଛି ପୁଲିସ। ବାଇକ ଓ ସ୍କୁଟିକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories