www.samajalive.in
Sunday, December 14, 2025
23.1 C
Bhubaneswar

ଆଇପିଏଲ ଟକ୍କର: ଆଜି ଚେନ୍ନାଇ ସୁପରକିଙ୍ଗ୍ସ-ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ମୁକାବିଲା

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ୫ ଦିନରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଶୁକ୍ରବାର ସିଏସ୍‌କେ ଓ ଲକ୍ଷ୍ନୌ ମଧ୍ୟରେ ମୁକାବିଲା ହୋଇଥିଲା। ମଙ୍ଗଳବାର ଏଠାରେ ଘରୋଇ ସିଏସ୍‌କେର ମୁକାବିଲା କରିବ ଲକ୍ଷ୍ନୌ। ଶୁକ୍ରବାର ଅଧିନାୟକ କେ.ଏଲ୍‌. ରାହୁଲଙ୍କ ୮୨ ରନ୍‌ ବଳରେ ସିଏସ୍‌କେକୁ ସହଜରେ ୮ ୱିକେଟ୍‌ରେ ଲକ୍ଷ୍ନୌ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ସିଏସ୍‌କେ ମଙ୍ଗଳବାର ପ୍ରୟାସ କରିବ। କ୍ରମାଗତ ୩ଟି ମ୍ୟାଚ୍‌ ଜିତିଥିବା ଲକ୍ଷ୍ନୌ କମ୍ରାଗତ ୨ଟି ମ୍ୟାଚ୍‌ ହାରିବା ପରେ ଚେନ୍ନଇକୁ ପରାସ୍ତକରି ବିଜୟ ଧାରାକୁ ଫେରିଛି। ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଲକ୍ଷ୍ନୌ ୫ମ ସ୍ଥାନରେ ରହିଛି। ସିଏସ୍‌କେ ମଧ୍ୟ ସମାନ ସ୍ଥିତିରେ ରହିଛି ଏବଂ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ଲକ୍ଷ୍ନୌର ଠିକ୍‌ ଉପରେ ରହିଛି। ତେଣୁ ମଙ୍ଗଳବାର ମ୍ୟାଚ୍‌ର ବିଜେତା ପଏଣ୍ଟ ଟେବୁଲ୍‌ରେ ଉପରକୁ ଉଠିପାରିବ।
ଅଦ୍ୟାବଧି ଆଇପିଏଲ୍‌ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ୪ ଥର ମୁକାବିଲା ହୋଇଛି। ଏଥିରୁ ଲକ୍ଷ୍ନୌ ୨ଟି ଜିତିଥିବା ବେଳେ ଚେନ୍ନଇ ଗୋଟିଏ ଜିତିଛି ଏବଂ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ଗତ ଶୁକ୍ରବାରର ମ୍ୟାଚ୍‌ରେ ଲକ୍ଷ୍ନୌର ବୋଲର ଭଲ ବୋଲିଂକରି ସିଏସ୍‌କେର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ ୧୭୬ ରନ୍‌ରେ ରୋକି ପାରିଥିଲେ। ରବୀନ୍ଦ୍ର ଜାଡ଼େଜା ୫୭ ରନ୍‌କରି ଅପରାଜିତ ଥିବା ବେଳେ ଅଜିଙ୍କ୍ୟ ରାହାଣେ ୩୬ ରନ୍‌ କରିଥିଲେ। ମହେନ୍ଦ୍ର ସିଂହ ଧୋନି ୯ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୮ ରନ୍‌କରି ଅପରାଜିତ ଥିଲେ। ଲକ୍ଷ୍ନୌର କ୍ରୁନାଲ ପାଣ୍ଡ୍ୟା ଭଲ ବୋଲିଂ କରିଥିଲେ। ଲକ୍ଷ୍ନୌ ପାଇଁ ଏକ ଖୁସିର ଖବର ଯେ ଏହାର ଦୁଇ ଓପ୍‌ନର ୧୫ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୧୩୪ ରନ୍‌ କରିିଥିଲେ। ଡି କକ୍‌ ୫୪ ଓ ରାହୁଲ ୮୨ ରନ୍‌ କରିଥିଲେ। ଲକ୍ଷ୍ନୌ ପାଇଁ ରାହୁଲଙ୍କ ସହ ୨ ବିଦେଶୀ ଖେଳାଳି କ୍ବିଣ୍ଟନ ଡି କକ୍‌ ଓ ନିକୋଲାସ୍‌ ପୁରନ୍‌ ବ୍ୟାଟିଂ ଭାର ସମ୍ଭାଳିଛନ୍ତି। ତିନିହେଁ ୨ ଶହରୁ ଅଧିକ ରନ୍‌ କରିଛନ୍ତି। ଡି କକ୍ ୩ଟି, ରାହୁଲ ୨ଟି ଓ ପୁରନ୍ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓପ୍‌ନର ଭାବେ ରାହୁଲ ଭଲ ପ୍ରଦର୍ଶନ କରୁଥିବା ବେଳେ ପୁରନ୍ ଫିନିସର ଭୂମିକା ନିର୍ବାହ କରୁଛନ୍ତି। ଲକ୍ଷ୍ନୌର ଦୁର୍ବଳ ମଧ୍ୟକ୍ରମ ଏହା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories