www.samajalive.in
Monday, December 8, 2025
24.1 C
Bhubaneswar

ଖାଦ୍ୟର ପୋଡା ଅଂଶକୁ ଖାଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ଓ ପାନୀୟର ଆବଶ୍ୟକ ହୋଇଥାଏ। ଠିକ ଭାବେ ଖାଦ୍ୟ ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ଅନେକ ରୋଗ ଠାରୁ ମୁକ୍ତି ମିଳିଥାଏ। କିନ୍ତୁ ଆଜିକାଲି ଲୋକମାନେ ଜଙ୍କ ଫୁଡ ଓ ତୈଳାକ୍ତ ଖାଦ୍ୟର ଅଧିକ ସେବନ କରୁଛନ୍ତି। ଅଧିକ ଲୋକ ବ୍ରେଡ ମଧ୍ୟ ଖାଇ ଥାଆନ୍ତି। କିନ୍ତୁ ପ୍ରାୟତଃ ଲୋକଙ୍କୁ ଜଣା ନଥାଏ ଯେ, ବ୍ରେଡର କଡ ଭାଗ ପୋଡି ଯାଇଥିବା ଅଂଶ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଆସନ୍ତୁ ଜାଣିବା ବ୍ରେଡର କେଉଁ ଅଂଶ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ ..

ଏକ ଗବେଷଣାରୁ ଜଣାପଡିଛି ଯେ, ଷ୍ଟ୍ରାର୍ଚ୍ଚ ଥିବା ଖାଦ୍ୟକୁ ଉଚ୍ଚ ତାପମାନରେ ଗରମ କରି ଖାଇବା ଅନୁଚିତ। ଏପରି କରିବା ଦ୍ବାରା ‘ଏକ୍ରିଲାମାଇଡ’ ନାମକ ପଦାର୍ଥ ସେଥିରେ ରହିଯାଏ। ତାହା ଶରୀରରେ କର୍କଟ ପରି ମାରାତ୍ମକ ରୋଗ ସୃଷ୍ଟି ହେବାର କାରଣ ହୋଇଥାଏ।

- Advertisement -

 ଏକ୍ରିଲାମାଇଡ କ’ଣ ?

ଏହା ଏପରି ଏକ କେମିକାଲ ଯାହା ସର୍ବଦା କାଗଜ ଓ ପ୍ଲାଷ୍ଟିକ ତିଆରିରେ ବ୍ୟବହାର କରାଯାଇଥାଏ। ଏହାକୁ କିଛି ପ୍ୟାକ୍ କରାଯାଇଥିବା ଖାଦ୍ୟରେ ବ୍ୟବହୃତ କରାଯାଇଥାଏ। ଖାଦ୍ୟକୁ ଉଚ୍ଚ ତାପମାନରେ ଗରମ କରିବା ଦ୍ବାରା ତାହା ରସାୟନ ପ୍ରକ୍ରିୟା ହୋଇ ଏକ୍ରିଲାମାଇଡର ଗଠନ ହୋଇଥାଏ।

ଏକ୍ରିଲାମାଇଡ ପ୍ରସ୍ତୁତ ହୋଇ ଯିବା ପରେ ଜଳି ଯାଇଥିବା ଭୋଜନ ରସାୟନ ଡିଏନଏରେ ପ୍ରବେଶ କରିଥାଏ। ଏହା ଶରୀରରେ ପହଞ୍ଚି ଅନେକ କ୍ଷତି ପହଞ୍ଚାଇଥାଏ। ଶରୀରର କୋଷିକା ଗୁଡିକୁ ମଧ୍ୟ ପରିବର୍ତ୍ତନ କରିଥାଏ। ଏକ୍ରିଲାମାଇଡ ଶରୀରରେ ନ୍ୟୁରୋଟକ୍ସିନ ରୂପେ କାର୍ଯ୍ୟ କରିଥାଏ। ନ୍ୟୁରୋଟକ୍ସିନ ବିଷାକ୍ତ ପଦାର୍ଥ ଯାହା ଶରୀରରେ ପହଞ୍ଚି କୋଷିକା ଗୁଡିକୁ କ୍ଷତି ପହଞ୍ଚାଇଥାଏ।

ତେଣୁ ବ୍ରେଡର ପୋଡି ଯାଇଥିବା ଅଂଶ, ଆଳୁ ଓ ଅନ୍ୟ ପରିବାକୁ ପୋଡି ଖାଆନ୍ତୁ ନାହିଁ। ବ୍ରେଡକୁ ଅଳ୍ପ ଉଷୁମ କରି ଆପଣ ଖାଇ ପାରିବେ।  

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories