www.samajalive.in
Friday, December 5, 2025
20.1 C
Bhubaneswar

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଆହତ ରୋଗୀଙ୍କୁ ସହାୟତା

ପାତ୍ରପୁର: ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଗରୀବ ରୋଗୀଙ୍କୁ ଚିକିଟି ସେବା ସଂସ୍ଥାନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଗତ ଆଠ ତାରିଖରେ ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ ଅମୁଣ୍ଡି ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଏଗାର ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶଙ୍କର ମହାନ୍ତି ଅତି ଗରିବ ହୋଇ ଥିବା ବେଳେ ସେ ଲିଭର ଜଣ୍ଡିସ ଆକ୍ରାନ୍ତ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗିବା ସହିତ ଶରୀରର କିଛି ଅଂଶ ପୋଡି ଯାଇଥିଲା। ଏହି ଗରୀବ ବ୍ୟକ୍ତି ଜଣକ ଚିକିତ୍ସିତ ହେଉଥିବା ଜାଣି ସେବା ସଂସ୍ଥାନର ସଭ୍ୟ ମାନେ ସଭାପତି କୃଷ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ତାଙ୍କ ଘରକୁ ଯାଇ ୭୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଗ୍ରାମବାସୀ ଖୁସି ହେବା ସହିତ ସଂସ୍ଥାନକୁ ସାଧୁବାଦ୍ ଜଣାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories