www.samajalive.in
Saturday, December 13, 2025
26.1 C
Bhubaneswar

ଭୋଟ୍‌‌ ପ୍ରଚାର ବେଳେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପିପିଲି : ପିପିଲିରେ ଏକ ନିର୍ବାଚନୀ ଶୋଭାଯାତ୍ରାରେ ଭୋଟ୍‌‌ ପ୍ରଚାର କରୁଥିବା ବେଳେ ପ୍ରଚାର ଗାଡି ଉପରେ ହଠାତ୍‌‌ ଅସୁସ୍ଥ ହୋଇ ପଡିଲେ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ତାଙ୍କୁ ତୁରନ୍ତ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ନିଆଯାଇଥିବା ସୂଚନା ମିଳିଛି।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା ସୋମବାର ସକାଳେ ଉତ୍ତରାବଜାର ଠାରୁ ବାହାରି ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବିଧାୟକ ଶ୍ରୀମହାରଥୀଙ୍କ ସହ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏକ ଖୋଲା ଜିପ୍‌‌ରେ (ପ୍ରଚାରଗାଡି)ରେ ଠିଆ ହୋଇ ଭୋଟ୍‌‌ ପ୍ରଚାର କରୁଥିବା ବେଳେ ସାଢେ ୧୦ଟା ସମୟରେ ପିପିଲି ହାଟଛକ ଠାରେ ଶ୍ରୀପଟ୍ଟନାୟକ ହଠାତ୍‌‌ ଅସୁସ୍ଥ ହୋଇପଡିଥିଲେ। ସେ ଧିରେ ଧିରେ ଗାଡି ମଧ୍ୟରେ ପଡିଯାଇ କିଛି ସମୟ ପାଇଁ ଅଚେତ୍‌‌ ହୋଇ ଯାଇଥିଲେ।

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଜାରି

- Advertisement -

ଶ୍ରୀମହାରଥୀଙ୍କ ସମେତ ଗାଡିରେ ଥିବା ଅନ୍ୟ ନେତା ଓ କର୍ମୀମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କ ଚେତା ଆସିଥିଲା। କର୍ମୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ଏକ ଗାଡିରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଥିଲେ। ଡାକ୍ତରଖାନାରେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ଜଣକ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ରକ୍ତଚାପ ନିମ୍ନ ହୋଇ ଥିବା ଜାଣି ଡାକ୍ତର ତାଙ୍କର ଆବଶ୍ୟକୀୟ ଚିକିତ୍ସା କରିଥିଲେ। ପିପିଲି ଡାକ୍ତରଖାନାରେ ସେ ସ୍ୱାଭାବିକ ଭାବେ କର୍ମୀଙ୍କ ସହ କଥାବାର୍ତ୍ତା ହୋଇଥିବା ବେଳେ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିବା ଜଣାପଡିଛି। ଅଂଶୁଘାତର ପ୍ରଭାବ ଯୋଗୁଁ ଶ୍ରୀପଟ୍ଟନାୟକ ଅସୁସ୍ଥ ହୋଇପଡିଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories