www.samajalive.in
Saturday, December 13, 2025
21.1 C
Bhubaneswar

ନାକେଦମ କଲାଣି ଜଙ୍ଗଲ ନିଆଁ: ଶିମିଳିପାଳରେ ସ୍ଥିତି ଅଣାୟତ୍ତ

ବାରିପଦା:ରାଜ୍ୟରେ ବଢୁଛି ଜଙ୍ଗଲ ନିଆଁ। ବିରାଟ ବନାଞ୍ଚଳ, ବିରଳ ଜୈବ ମଣ୍ଡଳ ତଥା ମୟୂରଭଞ୍ଜର ଜନଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବା ପରିବର୍ତ୍ତେ ବ୍ୟାପୀ ଚାଲିଛି। ଶନିବାର ଓଡ଼ିଶାରେ ୪ ହଜାର ୯୧୭ଟି ପଏଣ୍ଟ(ସ୍ଥାନ)ରେ ବନାଗ୍ନି ଦେଖିବାକୁ ମିଳିଥିବା ବେଳେ ରବିବାର ୪ ହଜାର ୯୨୧ଟି ପଏଣ୍ଟରେ ନିଆଁ ଜଳୁଛି। ଶନିବାର ଅପେକ୍ଷା ରବିବାର ରାଜ୍ୟରେ ବନାଗ୍ନି ବୃଦ୍ଧି ପାଉଥିବା ଜଣାପଡିଛି। ଗୋଟିଏ କି ଦୁଇଟି ଜିଲାରେ ଜଙ୍ଗଲ ଜଳୁନାହିଁ, ବରଂ ୧୮ଟି ଜିଲାରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। କେଉଁ ରେଞ୍ଜରେ ସପ୍ତାହେ ହେଲା ତ ଆଉ କେଉଁ ରେଞ୍ଜରେ ୪ଦିନ ହେବ ନିଆଁ ଜଳୁଥିଲେ ମଧ୍ୟ ଅଦ୍ୟାବଧି ଆୟତ୍ତକୁ ଆସିପାରିନାହିଁ। ତାତି ଯେତେ ବଢିବାରେ ଲାଗିଛି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ସେତେ ହୁତୁହୁତୁ ହୋଇ ଜଳୁଛି। ପ୍ରାଣ ବିକଳରେ ବନ୍ୟଜନ୍ତୁ ଜନବସତିମୁହାଁ ହେଉଛନ୍ତି। ନିଆଁ ଲିଭାଇବା ଉଦ୍ୟମରୁ ସୁଫଳ ମିଳିନାହିଁ। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗୁଥିବା ସମ୍ପର୍କରେ ଉପଗ୍ରହରୁ ନିର୍ଦ୍ଦିଷ୍ଟ ଫାୟାର ପଏଣ୍ଟ ଚିହ୍ନଟ ହୋଇପାରୁଛି। ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଅନ୍ତର୍ଗତ ଡୁକୁରା ବନାଞ୍ଚଳର ଡେଙ୍ଗାମର ନୂଆଗାଁରେ ୩ଟି ଏବଂ ପିଠାବଟା ଉତ୍ତର ବନାଞ୍ଚଳର ଚାକିଡିର ୨ଟି ସ୍ଥାନ ରହିଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପାଣ୍ଠିରୁ ଯୋଗାଇ ଦେଇଥିବା ୨୦ କୋଟି ଟଙ୍କା ମଧ୍ୟରେ କେବଳ ଶିମିଳିପାଳ ପାଇଁ ସ୍ୱତନ୍ତ୍ର ଭାବେ ୮କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ବନ ବିଭାଗର ସମସ୍ତ ପ୍ରସ୍ତୁତି ଓ ବ୍ୟାପକ ସଚେତନତା କାର୍ଯ୍ୟ ହୋଇଥିଲେ ବି ପୁଣି ଗୋଟିଏ ଦିନରେ ଆହୁରି ୩୬ଟି ସ୍ଥାନରେ ନିଆଁ ଲାଗିଛି। ସେପଟେ ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ରେଞ୍ଜ କାଲିମେଳା-୨୩ରେ ୮ଦିନ ହେଲା ଜଙ୍ଗଲ ଜଳୁଛି। ସେଠାରେ ବନ ବିଭାଗ କର୍ମଚାରୀ ନିଆଁ ଭିଭାଇବା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି; କିନ୍ତୁ ଏଯାବତ୍‌ ନିଆଁ ଆୟତ୍ତକୁ ଆସିପାରିନାହିଁ। ଜଙ୍ଗଲରେ ଗଛପତ୍ର ପୋଡି ଛାରଖାର ହୋଇ ଯାଉଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ୱେବସାଇଟ୍‌ ତଥ୍ୟାନୁଯାୟୀ, ରାଜ୍ୟର ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ, ସୁନ୍ଦରଗଡ, ସମ୍ବଲପୁର, ଗଜପତି, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଅନୁଗୋଳ, ବୌଦ୍ଧ, ନୟାଗଡ, କଟକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲାରେ ଜଙ୍ଗଲ ପୋଡି ଯାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories