www.samajalive.in
Saturday, December 6, 2025
16.1 C
Bhubaneswar

ଖଣିଜ ପାଣ୍ଠିରୁ ନେଇଗଲେ ୯ କୋଟି, ଥାନାରେ ମାମଲା

ବାରିପଦା: ମୟୂରଭଞ୍ଜ ଜିଲା ଖଣିଜ ପାଣ୍ଠିରେ ଘୋଟଲା ହୋଇଥିବା ଅଭିଯୋଗ ଆସିଛି। ପାଣ୍ଠି ଆକାଉଣ୍ଟରୁ ୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସନ୍ଦଗ୍ଧ କାରବାର ଅଭିଯୋଗ ହୋଇଛି। ମୋଟ ୯ କୋଟି ୫୬ଲକ୍ଷ ୭୬ ହଜାର ଟଙ୍କାର ସନ୍ଦିଗ୍ଧ କାରବାର କରାଯାଇଛି। ଗତ ୧୦ରୁ ୧୮ ତାରିଖ ମଧ୍ୟରେ ୪ଟି ଚେକରେ ଏହି ଟଙ୍କା କାରବାର କରାଯାଇଛି। ବିଭିନ୍ନ କମ୍ପାନୀ ଆକାଉଣ୍ଟସକୁ ଟଙ୍କା ପଠାଯାଇଥିବା ଅଭିଯୋଗ ହୋଇଛି।

ବେଆଇନ ଟଙ୍କା କାରବାର ନେଇ ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ କରାଯାଇଛି। ବାରିପଦା ଭଞ୍ଜପୁର ଥାନାରେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ମୁଖ୍ୟ ପରିଚାଳକ ଅଭିଯୋଗ କରିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories