www.samajalive.in
Sunday, December 14, 2025
23.1 C
Bhubaneswar

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌‌, ୧୦ହଜାର ଟଙ୍କା ଜୋରିମାନା

କେନ୍ଦୁଝରଗଡ଼: ବାପ ମା’ ଛେଉଣ୍ଡ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ପେଶାଲ କୋର୍ଟ (ପୋକ୍ସୋ) କେନ୍ଦୁଝର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ବାପା ମା’ଙ୍କ ଅକାଳ ମୃତ୍ୟୁ ପରେ ଜଣେ ୧୫ବର୍ଷର ନାବାଳିକା ତା’ର କକା ଘରେ ରହି ଆସୁଥିଲା। କିଛିଦିନ ପରେ ନାବାଳିକା ଜଣକୁ ତା’ର କକା ଘରୁ ବାହାର କରିଦେବାରୁ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲା।

ସମ୍ପୃକ୍ତ ନାବାଳିକାଜଣକ ସ୍ଥାନୀୟ ଅଞ୍ଚଳରେ ଇତସ୍ତତ ଭାବେ ଘୁରି ବୁଲୁଥିବା ଖବରପାଇ ସଖୀ ୱାନଷ୍ଟପ୍‌‌ ସେଣ୍ଟର ପକ୍ଷରୁ ନାବାଳିକାଜଣକୁ ୩୦ ମାର୍ଚ୍ଚ ୨୦୨୨ରେ ଉଦ୍ଧାର କରିବା ପରେ ନାବାଳିକା ଜଣକୁ ଟେଣ୍ଟ ହାଉସରେ କାର୍ଯ୍ୟରତ ଡିମ୍ବୋ ଗ୍ରାମର ବାଙ୍ଗିରି ଓରଫ ଶିଶିର ଡାଙ୍ଗୁଆ ଦୁଷ୍କର୍ମ କରିଥିବା ନେଇ ୩ ଅପ୍ରେଲ ୨୦୨୨ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ପେଶାଲ କୋର୍ଟ (ପୋକ୍ସୋ) କେନ୍ଦୁଝରର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଶିଶିରକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ ଜେଲ୍‌‌ ଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି।

- Advertisement -

ଏଥିସହ ପୀଡିତାକୁ ୬ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories