www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ରରେ କେତେକ ଶୁଭ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଘରେ ରଖିବା ଦ୍ୱାରା ବିଭିନ୍ନ ଆର୍ଥିକ ସମସ୍ୟା ଦୂର ହେବା ସହ ଲୁହା ଚୁମ୍ବକ ଦ୍ୱାରା ଆକର୍ଷିତ ହେବା ଭଳି ଏହି ଉପାୟରେ ଟଙ୍କା ଘରକୁ ଟାଣି ହୋଇ ଆସିଥାଏ। ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ବର୍ଷି ଥାଏ। ଜାଣନ୍ତୁ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଶୁଭ ଜିନିଷ ରଖିବା ଉଚିତ୍। ଏହା ଶୁଭଫଳ ପ୍ରଦାନ କରିଥାଏ। ଘରେ ସମସ୍ୟା ଲାଗି ରହିଥିଲେ, ଏହା ଦୂର ହୋଇଥାଏ।

- Advertisement -

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଧାତୁ କଇଁଛ ରଖିବା ଅତ୍ୟନ୍ତ ଶୁଭଙ୍କର। ଏହି କାରଣରୁ ଅଧିକାଂଶ ଲୋକେ ଘରେ ଚାନ୍ଦି, ପିତ୍ତଳ କିମ୍ବା ତମ୍ବାର କଇଁଛ ରଖି ଥାଆନ୍ତି।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

ମାନ୍ୟତା ଅନୁସାରେ କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର। କଇଁଛ ମୂର୍ତ୍ତି ଘରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ମାତ୍ର ଏହାକୁ ସର୍ବଦା ଉତ୍ତର ଦିଗରେ ରଖନ୍ତୁ।

ଘରେ ଶ୍ରୀଫଳ ଅର୍ଥାତ ନଡିଆ ରଖିବା ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଧନଲାଭ ହୋଇଥାଏ। ଘରୁ ଟଙ୍କା ଖାଲି ହୋଇନଥାଏ।
ଯେଉଁ ଘରେ ଶ୍ରୀଫଳ ରଖାଯାଏ, ସେଠାରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ମନୁଷ୍ୟ ମାଲାମାଲ୍ ହୋଇ ଥାଆନ୍ତି।ଆଲମିରାରୁ ଟଙ୍କା ଖାଲି ହୋଇନଥାଏ।

ଘରର ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭଙ୍କର। ମାନ୍ୟତା ଅନୁସାରେ ଘରେ ଶଙ୍ଖ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।

ଚା’ରେ ଏକ ଚୁଟକି ଲୁଣ ପକାଇ ପିଇଲେ..

ଧନ ଜନିତ ଅଭାବ ଥିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ ଏହି ସମସ୍ୟା ଦୂର ହୋଇଥାଏ। ଶଙ୍ଖକୁ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ଅତି ପ୍ରିୟ ବୋଲି କୁହାଯାଏ।

https://samajalive.in/weather-updates/553291.html

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories